ଆଜି ମା’ଙ୍କ ଶୈଳପୁତ୍ରୀ ପୂଜା : ଜାଣନ୍ତୁ ପ୍ରଥମ ଦିନର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

Published By : Prameya-News7 Bureau | October 17, 2020 IST

ଆଶ୍ବିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ଅକ୍ଟୋବର ୧୭ତାରିଖରେ ଶନିବାରଠୁ ଆରମ୍ଭ ହେଉଛି। ନବରାତ୍ରି ପୂର୍ବରୁ ମାଆ ଶୈଳପୁତ୍ରୀଙ୍କ ପୂଜାର ବିଧାନ ହୋଇଥାଏ। ନବରାତ୍ରିର ପ୍ରଥମ ଦିନ ପୂଜା-ପାଠରେ ଅନେକ କଥା ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଅକ୍ଟୋବର ୨୪ତାରିଖରେ ଏହାର ସମାପନ ହେବ। ଏଥର ନବରାତ୍ରି ୮ଦିନ ହେବ। ନବରାତ୍ରିର ଅକ୍ଟୋବର ୨୫ତାରିଖରେ ଦଶହରା ପାଳନ କରାଯିବ।

ନବରାତ୍ରିର ପ୍ରଥମ ଦିନ ମା’ଙ୍କ ଶୈଳପୁତ୍ରୀ ସ୍ବରୂପଙ୍କ ଉପାସନା ହୋଇଥାଏ। ହିମାଳୟଙ୍କ ପୁତ୍ରୀ ହେବାର କାରଣ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ପୂର୍ବ ଜନ୍ମରେ ତାଙ୍କ ନାଁ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କ ଅପମାନ କରିଥିଲେ ଏହି କାରଣ ଯୋଗୁଁ ସତୀ ନିଜକୁ ଯଜ୍ଞକୁଣ୍ଡରେ ଭସ୍ମ କରି ଦେଇଥିଲେ।

ପୂର୍ବ ଜନ୍ମରେ ଏହି ସତୀ ଶୈଳପୁତ୍ରୀ ହୋଇଥିଲେ ଏବଂ ଭଗବାନ ଶିବଙ୍କୁ ବିବାହ କରିଥିଲେ। ମାତା ଶୈଳପୁତ୍ରୀଙ୍କ ପୂଜା ଦ୍ବାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ମା ଶୈଳପୁତ୍ରୀଙ୍କୁ ଗାଈର ଶୁଦ୍ଧ ଘିଅର ଭୋଗ ଲଗାଇବା ଉଚିତ୍। ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ମାନ ସମ୍ମାନ ମିଳିଥାଏ।

ନବରାତ୍ରିର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କ ବିଗ୍ରହ କିମ୍ବା ଚିତ୍ରକୁ କାଠର ପଟାରେ ଲାଲ କିମ୍ବା ଧଳା ବସ୍ତ୍ର ବିଛାଇ ସ୍ଥାପିତ କରନ୍ତୁ। ମା ଶୈଳପୁତ୍ରୀଙ୍କୁ ଧଳାବସ୍ତୁ ଅତ୍ୟନ୍ତ ପ୍ରିୟ। ଏହି କାରଣରୁ ମା ଶୈଳପୁତ୍ରୀଙ୍କୁ ଧଳା ବସ୍ତ୍ର କିମ୍ବା ଧଳା ଫୁଲ ଅର୍ପଣ କରନ୍ତୁ ଏବଂ ଧଳା ବର୍ଫି ଭୋଗ ଲଗାନ୍ତୁ। ମା ଶୈଳପୁତ୍ରୀଙ୍କ ଆରାଧନା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ ଏବଂ କନ୍ୟାଙ୍କୁ ଉତ୍ତମ ବର ମିଳିଥାଏ। ନବରାତ୍ରିର ପ୍ରଥମ ଦିନ ଉପାସନାରେ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ସ୍ଥିତ କରିଥାନ୍ତି। ଶୈଳପୁତ୍ରୀଙ୍କ ପୂଜା କରିବା ଦ୍ବାରା ମୂଳାଧାର ଚକ୍ର ଜାଗୃତ ହୋଇଥାଏ ଏବଂ ତାଙ୍କୁ ସିଦ୍ଧି ପ୍ରାପ୍ତି ହୋଇଥାଏ। ଜୀବନର ସମସ୍ତ କଷ୍ଟ ,କ୍ଳେଶ ଏବଂ ନକରାତ୍ମକ ଶକ୍ତି ନାଶ ପାଇଁ ଗୋଟିଏ ପାନପତ୍ରରେ ଲବଙ୍ଗ, ଗୁଆ, ମିଶ୍ରି ରଖି ମା ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ।

କଳସ ସ୍ଥାପନା ଆଶ୍ବିନ ଶୁକ୍ଳ ପ୍ରତିପଦାରେ କରାଯାଇଥାଏ। ଏଥର ପ୍ରତିପଦା ରାତ୍ରି ୯ଟା ୮ଯାଏଁ ରହିବ। ଏହାର ୪ଟି ଶୁଭ ମୁହୂର୍ତ୍ତ ରହିବ। ସକାଳ ୭.୩୦ରୁ ୯ଟା ଯାଏଁ ,ତା’ପରେ ଦ୍ବିପ୍ରହର ୧.୩୦ରୁ ୩ଟା ଯାଏଁ। ଏହା ପରେ ଦ୍ବିପ୍ରହର ୩ଟାରୁ ୪.୩୦ଯାଏଁ। ତାପରେ ସନ୍ଧ୍ୟା ୬ଟାରୁ ୭.୩୦ଯାଏଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.