ଦଇବ ଏତେ ଦାରୁଣ ! ମାଆ ସାମ୍ନାରେ ଚାଲିଗଲା ପୁଅର ଜୀବନ...

Published By : Prameya-News7 Bureau | October 14, 2020 IST

ଢ଼େଙ୍କାନାଳ୧୪/୧୦: ବିଦ୍ୟୁତ ଆଘାତରେ ପୁଅ ମୃତ ଏବଂ ମାଆ ଗୁରୁତର। ଢେଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଛାତ ଉପରେ ଲୁଗା ଶୁଖାଇବା ବେଳେ ମାଆ-ପୁଅ ବିଦ୍ୟୁତ ତାର ସସ୍ପର୍ଶରେ ଆସିଥିଲେ। ମାଆ ସାମ୍ନାରେ ପୁଅର ଜୀବନ ଚାଲିଗଲା।

ବିଦ୍ୟୁତ ଆଘାତ ଯୋଗୁଁ ମାଆ ସମ୍ମୁଖରେ ଛଟପଟ ହୋଇ ଚାଲିଗଲା ପୁଅର ଜୀବନ। ପୁଅକୁ ଉଦ୍ଧାର କରିବାକୁ ଯାଇ ମାଆ ଗୁରୁତର। ଏହି ଗ୍ରାମର ତାଳସାହିର ମୁନ୍ନା ସାମଲ ନାମକ ଜଣେ ଯୁବକ ଆଜି ସକାଳେ ଗାଧୋଇ ସାରି ନିଜ ଘର ଛାତ ଉପରକୁ ଗାମୁଛା ଶୁଖାଇବା ବେଳେ ବିଦ୍ୟୁତ ଆଘାତ ପାଇଥିଲେ।

ପୁଅ ଚିତ୍କାର ଶୁଣି ମାଆ ଖୋକି ସାମଲ ଦୌଡି ଆସି ପୁଅକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପରିବାର ଲୋକେ ମାଆ-ପୁଅଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.