Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନୂଆଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ବରୀ, ୧୨.୩୦ରୁ ୫.୩୦ଯାଏଁ ଖୋଲା ରହିବ ମା’ଙ୍କ ମନ୍ଦିର

9/09/2021 at 12:53 PM

ସମ୍ବଲପୁର ୯।୯: ଚଳିତ ବର୍ଷ ନୂଆଁଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ବରୀ । ଶ୍ରଦ୍ଧାଳୁଙ୍କ ପାଇଁ ୧୨ଟା ୩୦ମିନିଟ୍ ରୁ ୫ଟା ୩୦ମିନିଟ୍ ମଧ୍ୟରେ ଖୋଲା ରହିବ ମା’ ସମଲେଶ୍ବରୀଙ୍କ ମନ୍ଦିର । ବୈଠକ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ । ଏ ନେଇ ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ।

ଉଲ୍ଲେଖଯୋଗ୍ୟ ଯେ, ନୂଆଁ ଖାଇବା ପରେ ସମଲେଶ୍ବରୀଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି । କିନ୍ତୁ ଗତବର୍ଷ କୋଭିଡ୍ କଟକଣା ଯୋଗୁଁ ନୂଆଁଖାଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଥିଲା ମା’ଙ୍କ ମନ୍ଦିର । ତେଣୁ ଚଳିତ ବର୍ଷ ନୂଆଁଖାଇରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିବ କି ନାହିଁ ସେନେଇ ଦ୍ବନ୍ଦ୍ବ ରହିଥିଲା । ତେବେ ନୂଆଁଖାଇରେ ମନ୍ଦିର ଖୋଲିବା ନେଇ ସ୍ପଷ୍ଟ କରିଛି ଟ୍ରଷ୍ଟ ବୋର୍ଡ ।

କୋଭିଡ୍ ଗାଇଡଲାଇନ୍ ଭିତରେ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ମନ୍ଦିରକୁ କୌଣସି ପ୍ରକାର ପୂଜା ସାମଗ୍ରୀ ନେଇ ପାରିବେନି ଶ୍ରଦ୍ଧାଳୁ ।

   Related Posts