Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ବନ୍ଦ କୋଠରୀରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସ୍ ଆରମ୍ଭ କଲା ତଦନ୍ତ

1/11/2020 at 8:14 PM

ନବରଙ୍ଗପୁର୧/୧୧: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ କୁମୁଲି ପଞ୍ଚାୟତର ଜାମଦୋରା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି l ଗୋଟିଏ ବାଉଣ୍ଡ୍ରି ଭିତରେ ଦୁଇଟି ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ l

ଖବର ଅନୁଯାୟୀ ରାଇଘର ଥାନା ଅନ୍ତର୍ଗତ କୁମୁଲି ପଞ୍ଚାୟତର ଜାମଦୋରା ଗ୍ରାମର ମାଆ ସାଇବନି ହରିଜନ ଓ ପୁଅ ତୁଳସୀ ରାମ ହରିଜନ ଦୁହେଁ ଏକାଠି ରହି ଆସୁଥିଲେ। କିନ୍ତୁ କିଛି ଦିନ ହେବ ଏମାନଙ୍କର ଦେଖା ମିଳୁ ନ ଥିବା ବେଳେ ଆଜି ସକାଳେ ଗ୍ରାମର ରଘୁ ପତିହରିଜନ ନାମକ ଜଣେ ବ୍ୟକ୍ତି ସାଇବନି ହରିଜନ ରହୁଥିବା କୁଡ଼ିଆ ଘରର କବାଟ ଖୋଲିବା ପରେ ସାଇବନି ବେକରେ ଦଉଡି ଦେଇ ଝୁଲି ରହିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ l

ଗ୍ରାମବାସୀ ଏହା ଦେଖି ପୁଅ ତୁଳସୀକୁ ଖୋଜି ଥିଲେ l ପୁଅ ତୁଳସୀର ଅନ୍ୟ ଏକ ଘର ଭିତରେ ଥିବା ଶେଯରେ ମୃତ ଦେହ ପଡି ଥିବା ଗ୍ରାମବାସୀ ଦେଖିଥିଲେ l ଏହା ଦେଖି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଏହା ପରେ ଗ୍ରାମବାସୀ ତରଫରୁ ରାଇଘର ଥାନାରେ ଅବଗତ କରିବା ପରେ ଥାନା ଅଧିକାରୀ ଅଭୟ ବେହେରା ସହ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

   Related Posts