Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନାର କରୁଣ ଚିତ୍ର : ଆଗ ପଛ ହୋଇ ଚାଲିଗଲେ ମାଆ-ପୁଅ, ମାଆର ଅନ୍ତ୍ୟେଷ୍ଟି ବେଳେ ଭାଇର ମୃତ୍ୟୁ ଖବର ପାଇଲା ଭଉଣୀ

17/05/2021 at 8:44 AM

ବ୍ରହ୍ମପୁର, ୧୭/୦୫ କରୋନା ସଙ୍କଟ ବେଳର ଆଉ ଏକ କରୁଣ ଘଟଣା । ମାଆଙ୍କ ମରଶରୀରକୁ ଅନ୍ତ୍ୟେଷ୍ଟି ପାଇଁ ନିଆଗଲା ବେଳେ ଭାଇର ମୃତ୍ୟୁ ଖବର ପାଇଛନ୍ତି ଭଉଣୀ । ଶନିବାର ଘରେ ବୃଦ୍ଧ ମା’ଙ୍କ ମୃତଦେହ ପଡ଼ିଥିବା ବେଳେ କରୋନା ପଜିଟିଭ୍‌ ଥିବା ପୁଅକୁ ପ୍ରଶାସନ ତରଫରୁ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର କିଛି ସମୟ ବ୍ୟବଧାନରେ ଯେତେବେଳେ ମାଆର ମରଶରୀରକୁ ଅନ୍ତ୍ୟେଷ୍ଟି ପାଇଁ ଶ୍ମଶାନ ନିଆଯାଉଥିଲା ସେତେବେଳେ ପୁଅର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲା ପ୍ରଶାସନ ।

ଟାଉନ୍‌ ଥାନା ଅନ୍ତର୍ଗତ ଲୋଚାପଡ଼ାରେ ରହୁଥିଲେ ଜଣେ ବୃଦ୍ଧା ମାଆ ଓ ତାଙ୍କର ୪୫ ବର୍ଷର ପୁଅ । ଉଭୟେ କିଛି ଦିନ ତଳେ ଅସୁସ୍ଥ ହୋଇଥିଲେ । ପୁଅର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା । ଲକ୍ଷଣ କମ୍‌ ଥିବାରୁ ଘରୋଇ ସଙ୍ଗରୋଧରେ ଥିଲେ ସେ । କିନ୍ତୁ ଶନିବାର ସକାଳେ ମାଆଙ୍କ ମୃତ୍ୟୁ ଘଟିଥିଲା । ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ମୃତଦେହ ଘରେ ପଡ଼ି ରହିଥିଲେ ସୁଦ୍ଧା କେହି ସହଯୋଗ ପାଇଁ ଆଗେଇ ଆସି ନଥିଲେ । ଘର ମାଲିକଙ୍କ ଠାରୁ ଖବର ପାଇ ମଧ୍ୟାହ୍ନ ପ୍ରାୟ ୧୨ଟାରେ ବିଏମ୍‌ସି ଆମ୍ବୁଲାନ୍ସ ଆସି ପୁଅକୁ କୋଭିଡ୍‌ ହସ୍‌ପିଟାଲ ନେଇଥିଲା । ଟାଉନ୍‌ ଥାନା ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ମରଶରୀର ଏମ୍‌କେସିଜି ମେଡିକାଲ ଶବ ଗୃହରେ ରଖାଯାଇଥିଲା ।

ଛତିଶଗଡରୁ ବୃଦ୍ଧାଙ୍କ ଝିଅ- ଜ୍ୱାଇଁ ପହଞ୍ଚି ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ମରଶରୀର ନେବା ବେଳେ ଆଉ ଏକ ଦୁଃଖଦ ଖବର ପହଞ୍ଚିଥିଲା ଯେ ପୁଅ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

   Related Posts