Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ପ୍ରାଣପ୍ରିୟା ପତ୍ନୀଙ୍କୁ ଛାଡି ନବ ଦିନାତ୍ମକ ଯାତ୍ରାରେ ମହାବାହୁ, ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିଲେ ମା ମହାଲକ୍ଷ୍ମୀ

16/07/2021 at 11:17 PM

ପୁରୀ ୧୬।୦୭: ଜନ୍ମବେଦୀ ଗୁଣ୍ତିଚା ମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ଆଜି ପବିତ୍ର ହେରାପଞ୍ଚମୀରେ ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଖଣ୍ତେ କାଠ ଭାଙ୍ଗିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ମା ମହାଲକ୍ଷ୍ମୀ ଅଧର ଚୁମ୍ୱିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସରିବା ପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ଼ କରାଯିବ। ଏଥିପାଇଁ ଗତକାଲି ତିନିରଥକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇ ମରାମତି କରାଯାଇଛି।

ନବଦିନାତ୍ମକ ଘୋଷଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଅଛନ୍ତି। ଆଜି ପବିତ୍ର ହେରାପଞ୍ଚମୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ମହାଲକ୍ଷ୍ମୀଙ୍କୁ ଛାଡ଼ି ଜନ୍ମବେଦୀକୁ ଆସିଥିବାରୁ ମା ମହାଲକ୍ଷ୍ମୀ ଅଭିମାନ କରିଛନ୍ତି। ଶ୍ରୀମନ୍ଦିରରୁ ମା ବିମାଳାଙ୍କ ପରାମର୍ଶରେ ମୋହିନୀ ଚୂର୍ଣ୍ଣ ଧରି ଆଜି ମା ମହାଲକ୍ଷ୍ମୀ ପାଲିଙ୍କିରେ ନନ୍ଦିଘୋଷ ରଥ ନିକଟକୁ ଆସି ରାଗ ଜର୍ଜରିତ ହୋଇ ଖଣ୍ଡେ ରଥକାଠ ଭାଙ୍ଗିଛନ୍ତି। ଗୁଣ୍ତିଚା ମନ୍ଦିରରେ ସନ୍ଧ୍ୟାଧୂପ ଚାଲିଥିବାରୁ ଟେରା ପଡ଼ିଥାଏ। ଦର୍ଶନ ନପାଇ କେବଳ ଆଜ୍ଞାମାଳ ପାଇ ମା ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି।

ନନ୍ଦିଘୋଷ ରଥ ନିକଟରେ ପତି ମହାପାତ୍ର ସେବାୟତ କାଠ ଘୋଡ଼ାରେ ଚଢ଼ି ମା ମହାଲକ୍ଷ୍ମୀଙ୍କୁ ଆଳତି, ବନ୍ଦାପନା ଓ ଦହିପଟି ମଣୋହି କରିଛନ୍ତି। ଏହା ପରେ ଉକ୍ତ ପ୍ରସାଦକୁ ଶ୍ରୀନହର ପଠାଯାଇଛି। ଏଥିସହ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମା ମହାଲକ୍ଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ତିନିରଥର ଦକ୍ଷିଣମୋଡ଼ କରାଯିବ। ଏଥିପାଇଁ ଗତକାଲି ରଥର ମୁଖ୍ୟ ମହାରଣା, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି, ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ, ପୂର୍ତ୍ତବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନି ରଥର ଯାଞ୍ଚ କରିଥିବା ବେଳେ ଆବଶ୍ୟକ ଛୋଟ ମୋଟ ମରାମତି କରିଛନ୍ତି। କୋଭିଡ଼ ୧୯ କଟକଣା ଯୋଗୁ ଭକ୍ତ ମାନେ ମହାପ୍ରଭୁଙ୍କୁ ଆଡପ ମଣ୍ତପରେ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି।

   Related Posts