Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନବରାତ୍ରୀର ଚତୁର୍ଥ ଦିନ: ଜାଣନ୍ତୁ ଯୋଗ ଏବଂ ଧ୍ୟାନର ଦେବୀ ମା କୁଷ୍ମାଣ୍ଡାଙ୍କ ପୂଜା ବିଧି

13/10/2018 at 3:17 PM

ମହାଳୟା ପରେ ଆରମ୍ଭ ହୁଏ ନବରାତ୍ରୀ | ୯ ଦିନ ମା ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଇଥାନ୍ତି | ମା କୁଷ୍ମାଣ୍ଡାଙ୍କୁ ଅଷ୍ଟଭୁଜା ଦେବୀ ବୋଲି ମଧ୍ୟ କୁହାଯାଇଥାଏ | ଆଜି ହେଉଛି ନବରାତ୍ରୀର ଚତୁର୍ଥ ଦିନ | ଆଜି ପୂଜା ପାଉଛନ୍ତି ମା କୁଷ୍ମାଣ୍ଡା | ମା କୁଷ୍ମାଣ୍ଡାଙ୍କୁ ପୂଜା କଲେ ସିଦ୍ଧି ପ୍ରାପ୍ତି ହୋଇଥାଏ | ନବରାତ୍ରୀରେ ମାଙ୍କ ପୂଜା ଆରାଧନା କରିବା ଦ୍ୱାରା ରୋଗ ଶୋକ ଦୂର ହେବା ସହିତ ଆୟୁ ଏବଂ ଯଶ ବୃଦ୍ଧି ମଧ୍ୟ ହୋଇଥାଏ |

ନବରାତ୍ରୀରେ କେମିତି କରିବେ ମାଙ୍କ ଆରାଧନା ଆସନ୍ତୁ ଜାଣିବା …..

୧. ମା କୁଷ୍ମାଣ୍ଡାଙ୍କ ସ୍ୱରୂପ – ମା କୁଷ୍ମାଣ୍ଡାଙ୍କ ୮ଟି ଭୂଜ ରହିଛି, ଯେଉଁଥିରେ କମଣ୍ଡଳ, ଧନୁ, ତୀର, ପଦ୍ମ ,  ଚକ୍ର, ଗଦା ଏବଂ ଜପମାଳା ରହିଛି | ଏହା ସହିତ ମା’ଙ୍କ ହାତରେ ଅମୃତ କଳସ ମଧ୍ୟ ରହିଛି | ମା କୁଷ୍ମାଣ୍ଡାଙ୍କ ବାହନ ବ୍ୟାଘ୍ର |

୨. ପୂଜା ବିଧି – ମା’ କୁଷ୍ମାଣ୍ଡାଙ୍କ ପ୍ରିୟ ହେଉଛି ମାଲପୁଆ | ତେଣୁ ମାଲପୁଆ ଭୋଗ ଲଗାଇ ଯେକୌଣସି ଦୁର୍ଗା ମନ୍ଦିରରେ ବ୍ରାହ୍ମଣଙ୍କୁ ଏହି ପ୍ରସାଦ ଦିଆଯାଇଥାଏ | ଫଳରେ ମା’ଙ୍କ କୃପାରୁ ଭକ୍ତଙ୍କ ବୁଦ୍ଧିର ବିକାଶ ହୋଇଥାଏ |

ମା କୁଷ୍ମାଣ୍ଡାଙ୍କୁ ନାଲି ରଙ୍ଗର ବସ୍ତ୍ର, ନାଲି ଫୁଲ, ନାଲି ଚୁଡ଼ି ମଧ୍ୟ ଅର୍ପଣ କରାଯାଇଥାଏ | ଦେବୀଙ୍କ ଏହି ରୂପ ସ୍ୱୟଂ ଅନ୍ନପୂର୍ଣ୍ଣାଙ୍କ ରୂପ ସଂଗେ ସମାନ | ପୂଜା ପରେ ମା’ଙ୍କ ଜପ କରିବାକୁ ପଡିଥାଏ |

୩. ମା କୁଷ୍ମାଣ୍ଡାଙ୍କ ପୂଜା ମନ୍ତ୍ର – ଯା ଦେବୀ ସର୍ବ ଭୂତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା , ନମଃତସୈ ନମଃତସୈ ନମୋ ନମଃ  ।

୪. ଜାଣନ୍ତୁ ଚତୁର୍ଥ ଦିନ କାହିଁକି କୁଷ୍ମାଣ୍ଡାଙ୍କ ପୂଜା କରାଯାଏ – ମା କୁଷ୍ମାଣ୍ଡାଙ୍କୁ ଶକ୍ତିର ଚତୁର୍ଥ ରୂପ ଭାବେ ଗ୍ରହଣ କରାଯାଏ | ମା’ଙ୍କ ଶକ୍ତି ତେଜସ୍ୱି ସୂର୍ଯ୍ୟଙ୍କ ସହିତ ସମାନ |

-ଅଷ୍ଟ ଭୂଜା ମା’ କୁଷ୍ମାଣ୍ଡାଙ୍କ ସ୍ୱରୂପ ଆମକୁ କର୍ମଯୋଗୀ ଜୀବନ ଓ କ୍ଷାତି ଅର୍ଜନ  ପାଇଁ ପ୍ରେରଣା ଯୋଗେଇଥାଏ | ମା’ଙ୍କ ମଧୁର ହସ ଆମକୁ କଠିନ ମାର୍ଗରେ ଚାଲି ସଫଳତା ହାସଲ କରିବା ଶିଖାଇଥାଏ |

-ପୌରାଣିକ କଥା ଅନୁସାରେ, ଯେତେବେଳେ ସୃଷ୍ଟିର କୌଣସି ଅସ୍ତିତ୍ବ ନଥିଲା ସେତେବେଳେ ମା’କୁଷ୍ମାଣ୍ଡା ହିଁ ବ୍ରହ୍ମାଣ୍ଡ ରଚନା କରିଥିଲେ |

-ମା’କୁଷ୍ମାଣ୍ଡାଙ୍କୁ ହିଁ ସୃଷ୍ଟିର ଆଦି ସ୍ୱରୂପା ଆଦି ଶକ୍ତି ବୋଲି ଗ୍ରହଣ କରାଯାଏ | ମା’ କୁଷ୍ମାଣ୍ଡା ସୂର୍ଯ୍ୟ ମଣ୍ଡଳ ଭିତରେ ବାସ କରନ୍ତି | ସୂର୍ଯ୍ୟ ମଣ୍ଡଳ ଭିତରେ ବାସ କରିବା କ୍ଷମତା କେବଳ ମା’ କୁଷ୍ମାଣ୍ଡା ପାଖରେ ଅଛି ବୋଲି ବହୁ ପୁରାତନ କାଳରୁ ବିଶ୍ୱାସ କରାଯାଏ | ମା’ କୁଷ୍ମାଣ୍ଡାଙ୍କ ପୂଜାର୍ଚ୍ଚନା ଦ୍ୱାରା ଭକ୍ତଙ୍କ ମନର ସମସ୍ତ ରୋଗ ଶୋକ ଦୂର ହୋଇଯାଇଥାଏ |

   Related Posts