Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମା’କୁ ପିଟି ପିଟି ମାରିଦେଲେ, ଦୁଇ ପୁଅ ଗିରଫ

22/05/2020 at 11:39 AM

ବାରିପଦା ୨୨।୦୫: ଜନ୍ମଦେଲା ମା କିନ୍ତୁ ସେହି ମାକୁ ପିଟିପିଟି ହତ୍ୟା କରିଦେଲେ ପୁଅ । ଦୁଇ ପୁଅଙ୍କ ଠେଙ୍ଗାମାଡରେ ମାଆର ମୃତ୍ୟୁ ହୋଇଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷ ଥାନା ବଣକାଟି ପଞ୍ଚାୟତ ସାତଭାୟା ଗାଁରେ । ମୃତକ ତୁଳସୀ ସିଂହ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ସାତଭାୟା ଗାଁରେ ଜଣେ ମହିଳାଙ୍କୁ ନିଜ ପୁଅମାନେ ହତ୍ୟା କରିଦେଇଛନ୍ତି । ଠେଙ୍ଗାରେ ପିଟି ପିଟି ହତ୍ୟା କରିଦେଇଛନ୍ତି ଦୁଇ ପୁଅ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସଠିକ୍‌ ତଥ୍ୟ ମିଳିପାରିନାହିଁ । ଅଭିଯୁକ୍ତ ପୁଅ ରବି ସିଂ ଓ ରାଜକିଶୋରକୁ ଗିରଫ କରିଛି ବାଙ୍ଗିରିପୋଷି ଥାନା ପୋଲିସ । ତେବେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts