ଜହ୍ଲାଦ ପୁଅର ନାରକୀୟ କାଣ୍ଡ, ମାଆକୁ ପିଟିପିଟି ମାରି ଘରେ ଜାଳି ଦେଲା

Published By : Prameya-News7 Bureau | January 18, 2022 IST

ଭୁବନେଶ୍ଵର ୧୮।୦୧: ରାଜଧାନୀରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା। ଖାଇବାକୁ ନଦେବାରୁ ପୁଅର ନାରକୀୟ କାଣ୍ଡ। ମାକୁ ପିଟିପିଟି ହତ୍ୟା କଲା ସଇତାନ ପୁଅ। ଆଉ ମୃତ ଦେହକୁ ଘରେ ଜାଳିଦେଲା। ଏହି ଘଟଣା ରାଜଧାନୀ ଭୁବନେଶ୍ଵର ବଡଗଡ ଥାନା କଳିଙ୍ଗ ବସ୍ତିରେ ଘଟିଛି। ଖବର ପାଇ ବଡଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ମୃତଦେହକୁ ଜବତ କରିବା ସହ ପୁଅକୁ ଅଟକ ରଖିଛି।

ମାକୁ ଘର ଭିତରେ ମାରିବା ପରେ ପୁଅ ପ୍ରଶାନ୍ତ ଜେନା ଘର ଭିତରେ ପୋଡ଼ିଦେଇଥିଲା । ଘାରପାଖ ଲୋକେ ଭିତରୁ ଧୂଆଁ ବାହାରୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.