Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ପୁଅର କୁରାଢ଼ୀ ଚୋଟରେ ମା’ର ମୃତ୍ୟୁ

29/02/2020 at 9:26 PM

ତୁମୁଡିବନ୍ଧ( କନ୍ଧମାଳ): ପୁଅର କୁରାଢ଼ୀ ଚୋଟରେ ମା’ଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ପଞ୍ଚାୟତ ପାଡେଲକିଆ ଗ୍ରାମରେ ଘଟିଛି ।

ମା’ ପ୍ରମା ପ୍ରଧାନ (୪୦) ଘରେ ଅଇଁଠା ବାସନ ମାଜୁଥିବା ବେଳେ ପୁଅ ପଛପଟରୁ ଆସି ଅତର୍କିତ ଆକ୍ରମଣ କରିଛି। ମା’ଙ୍କୁ ହତ୍ୟା କରିବା ଘଟଣାରେ ପୁଅ ସୁନୀଲ ପ୍ରଧାନ (୨୦)କୁ ପୁଲିସ ଗିରଫ କରିଛି। ଆଜି ସକାଳ ପ୍ରାୟ ୯ଟାରେ ଘଟିଛି ଏହି ଘଟଣା। ସୁନୀଲ ଅଚାନକ ମା’ଙ୍କ ମୁଣ୍ଡକୁ କୁରାଢ଼ୀରେ ହାଣି ଦେଇଥିଲା। ଫଳରେ ପ୍ରମା ତଳେ ପଡ଼ି ପ୍ରାଣ ହରଇଥିଲେ। ହତ୍ୟା ପରେ ସୁନୀଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ହତ୍ୟାକାଣ୍ଡ ଦେଖିଥିବା ପଡ଼ିଶା ଲୋକେ ଚିତ୍କାର କରିବାରୁ ଘଟଣାସ୍ଥଳରେ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ପୁଲିସ ଅଭିଯୁକ୍ତ ସୁନୀଲକୁ ଅଧିକ ପଚରାଉଚରା କରୁଛି।

   Related Posts