Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଧରମଭାଇ ସହ ବିବାହିତା ମହିଳାଙ୍କ ଲୁଚାଛପା ପ୍ରେମ ; ଧରିପକାଇଲା ମାଆ, ଦୁହେଁ ମିଶି ମାରିଦେଲେ, ଗାଁ ଲୋକେ ମାଡିବସିଲେ..

23/06/2021 at 8:14 AM

ଜଗତସିଂହପୁର ୨୩।୦୬ : ଧରମଭାଇ ସହ ମିଶି ମାଆକୁ ହତ୍ୟା କଲା ଜନ୍ମ କଲା ଝିଅ । ପରକିୟା  ପ୍ରୀତିକୁ ନେଇ ୬୦ ବର୍ଷ ବୃଦ୍ଧା ମାଆକୁ ହାତ ଗୋଡ଼ ବାନ୍ଧି ଘର କରାଯାଇଛି ହତ୍ୟା । ତାହା ପୁଣି ନିଜର ଜନ୍ମ କଲା ବିବାହିତ ଝିଅ ଓ ପାଳିତ ପୁତ୍ର । ଜଗତସିଂହପୁର ଜିଲ୍ଲା ବନ୍ଦର ଥାନା ବନ୍ଦର ଗାଁରେ ଘଟିଛି ଏପରି ଜଘନ୍ୟ । ଦୁଇ ଅଭିଯୁକ୍ତ ହତ୍ୟାକାରୀଙ୍କୁ ଗ୍ରାମବାସୀ କାବୁ କରି ପୋଲିସର ଜିମା ଦେଇଛନ୍ତି ।

ଖବର ଅନୁଯାୟୀ,  ବନ୍ଦର ଗାଁର ରୁମିଳା କାଣ୍ଡିଙ୍କର ୩ ଝିଅ ଥିବା ବେଳେ କୌଣସି ପୁଅ ନଥିଲେ । ସେଥିଲାଗି ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ପୁଅକୁ ପାଳିତ ପୁତ୍ର ଭାବରେ ଆଣି ଘରେ ରଖିଥିଲେ । ତେବେ ରୁମିଳାଙ୍କର ୩ ଝିଅ ସମସ୍ତେ ବିବାହ କରିଥିଲେ ମଧ୍ୟ ଜଣେ ଝିଅ ବିବାହ ପରେ ଆସି ବାପ ଘରେ ରହୁଥିଲେ । ପାଳିତ ପୁତ୍ର ଓ ଘରେ ରହୁଥିବା ଝିଅ ମଧ୍ୟରେ  ଅନୈତିକ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ରୁମିଳା ବିରୋଧ କରିଥିଲେ । ଶେଷରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମଙ୍ଗଳବାର ଅପରାହ୍ନରେ ପାଳିତ ପୁଅ ରାଜେଶ କାଣ୍ଡି ଓ ଝିଅ ମିଶି ରୁମିଳାଙ୍କୁ ହାତ ଗୋଡ଼ ବାନ୍ଧିବା ପରେ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି ।

ହତ୍ୟାକାଣ୍ଡ ପରେ ଉଭୟ ମୃତଦେହକୁ ଏକ ଜରିରେ ପ୍ୟାକିଙ୍ଗ କରି ଘର ଭିତରେ ପକାଇ ଦେଇଥିଲେ । ତେବେ ସନ୍ଧ୍ୟା ସମୟରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ  ଘଟଣା ବାବଦରେ ସୁରାକ ପାଇ ଗ୍ରାମବାସୀ ମାନେ ଉଭୟ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ବନ୍ଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ଶବ ଜବତ କରିବା ସହ ଦୁଇ ଅଭିଯୁକ୍ତ ହତ୍ୟାକାରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

   Related Posts