Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଏହି ସରଳ ପଦ୍ଧତିରେ କରନ୍ତୁ ମା’କାଳୀଙ୍କ ଉପାସନା ; ହେବ ଶତୃ ସଂହାର

22/02/2019 at 5:48 PM

ମା କାଳୀ ହେଉଛନ୍ତି ଶକ୍ତି ଦାୟିନୀ | ମା କାଳୀଙ୍କୁ ଶକ୍ତି ସମ୍ପ୍ରଦାୟର ପ୍ରମୁଖ ଦେବୀ ବୋଲି ବିଶ୍ୱାସ କରାଯାଏ | ସଂହାରର ଆଧିପତି ଯେଭଳି ଭଗବାନ ଶିବ, ସେହିଭଳି ସଂହାରର ଅଧିଷ୍ଠାତ୍ରୀ ଦେବୀ ମା କାଳୀ | ମା କାଳୀଙ୍କ ଶକ୍ତିର ଅନେକ ରୂପ ରହିଛି | ଶୁମ୍ଭ, ନିଶୁମ୍ଭଙ୍କ ବଧ ସମୟରେ ମା କାଳୀଙ୍କ ଶରୀରରୁ ଏକ ତେଜ ପୁଞ୍ଜ ବାହାରକୁ ବାହାରିଥିଲା | ଫଳସ୍ୱରୂପ ମା’ଙ୍କ ରଙ୍ଗ କଳା ପଡି ଯାଇଥିଲା | ସେହିଦିନ ଠାରୁ ମା’ଙ୍କୁ କାଳୀ ବୋଲି କୁହାଗଲା |

ମା’ କାଳୀଙ୍କ ପୂଜା, ଉପାସନାରୁ ଭୟ ନାଶ, ଆରୋଗ୍ୟ ପ୍ରାପ୍ତି, ନିଜର ସୁରକ୍ଷା ଏବଂ ଶତ୍ରୁଙ୍କୁ ନିୟନ୍ତ୍ରଣ କରାଯାଇଥାଏ | ମା’ଙ୍କ ଉପାସନାରେ ତନ୍ତ୍ର ମନ୍ତ୍ରର ସବୁ ପ୍ରଭାବ ସମାପ୍ତ ହୋଇଯାଇଥାଏ | ମା’ କାଳୀଙ୍କ ପୂଜାର ଉପଯୁକ୍ତ ସମୟ ରାତ୍ରି ସମୟ | ପାପ ଗ୍ରହ, ବିଶେଷକରି ରାହୁ, କେତୁ ଏବଂ ଶନିଙ୍କୁ ଶାନ୍ତ କରିବା ପାଇଁ ମା’କାଳୀଙ୍କ ଉପାସନା କରାଯାଇଥାଏ | ମା’ କାଳୀଙ୍କ ଉପାସନାର ବିଶେଷତ୍ୱ ରହିଛି | ଏହାସହ କିଛି ସାବଧାନତା ମଧ୍ୟ ଅବଲମ୍ବନ କରାଯାଇଥାଏ | ଆସନ୍ତୁ ଜାଣିବା ସେସବୁ କ’ଣ:

୧. ମା’କାଳୀଙ୍କ ଉପାସନା ୨ ପ୍ରକାରରେ ହୋଇଥାଏ- ସାଧାରଣ ପୂଜା ଏବଂ ତନ୍ତ୍ର ପୂଜା

୨. ସାଧାରଣ ପୂଜା ସମସ୍ତେ କରିପାରନ୍ତି | କିନ୍ତୁ ତନ୍ତ୍ର ପୂଜା ଗୁରୁଙ୍କ ପରାମର୍ଶ ଏବଂ ନିର୍ଦେଶ ବିନା ହୋଇପାରିବ ନାହିଁ | ମା’ କାଳୀଙ୍କ ଉପାସନାର ସବୁଠାରୁ ଉପଯୁକ୍ତ ସମୟ ମଧ୍ୟରାତ୍ରି |

୩. ଶୁକ୍ରବାର ଦିନ ପବିତ୍ର ହୋଇ ହାଲୁକା ଲାଲ କିମ୍ବା ଗୋଲାପୀ ବସ୍ତ୍ର ପିନ୍ଧି ମା’କାଳୀଙ୍କ ମନ୍ଦିର ଜୈ ଗୁଗୁଲ ଧୂପ ଜଳାଇ ଗୋଲାପ ଫୁଲ ଅର୍ପଣ କରନ୍ତୁ | ମା’ ମୂର୍ତ୍ତି ସମ୍ମୁଖରେ ବସି ନିଜ ସମସ୍ୟା ସମାପ୍ତ କରିବା ପାଇଁ ପ୍ରାର୍ଥନା କରନ୍ତୁ |

୪. ମା’ କାଳୀଙ୍କ ଉପାସନାରେ ଲାଲ ଏବଂ କଳା ବସ୍ତୁର ବିଶେଷ ମହତ୍ୱ ରହିଛି | ଏହି ରଙ୍ଗର ବସ୍ତୁ ମା’ଙ୍କୁ ଅର୍ପଣ କରାଯାଇଥାଏ |

୫. ମା’ଙ୍କ ଉପାସନା ଶତ୍ରୁ ଏବଂ ବିରୋଧୀଙ୍କୁ ଶାନ୍ତ କରିବା ପାଇଁ କରାଯାଇଥାଏ | କାହାର ବିନାଶ ତଥା ମୃତ୍ୟୁ ପାଇଁ ମା’ଙ୍କ ଉପାସନା କରିବା ଅନୁଚିତ |

କେମିତି କରିବେ ମା’ଙ୍କ ଉପାସନା :

୧. ନାଲି ବସ୍ତ୍ର ଧାରଣ କରି ନାଲି ଆସନରେ ବସିବେ |

୨. ମା’ଙ୍କ ସମ୍ମୁଖରେ ଦୀପ ଏବଂ ଗୁଗୁଲ ଧୂପ ଲଗାଇବେ |

୩. ପେଡା ଏବଂ ଲବଙ୍ଗ ଭୋଗ ଲଗାଇବେ |

୪. ଏହାପରେ ଓଁ କ୍ରିଂ କାଳିକାୟୈ ନମଃ (“ॐ क्रीं कालिकायै नमः”) ମନ୍ତ୍ର ୧୩ଟି ମାଳ ଜପ କରିବେ |

୫. ଶତ୍ରୁ ଏବଂ ମୋକଦ୍ଦମାରୁ ମୁକ୍ତି ପାଇଁ ପ୍ରାର୍ଥନା କରିବେ |

୬. ମନ୍ତ୍ର ଜପ ପରେ ୧୦ ମିନିଟ ପର୍ଯ୍ୟନ୍ତ ଜଳ ସ୍ପର୍ଶ କରିବେନାହିଁ |

୭. ଲଗାତାର ୨୭ ରାତି ଯାଏଁ ଏହା କରିବେ |

୮. ନିଜ ମନୋସ୍କାମନା ପୂରଣ ପାଇଁ ମା’କାଳୀଙ୍କ ସାମ୍ନାରେ ବସି ଉଚ୍ଚ ସ୍ୱରରେ ଦୁର୍ଗା ସପ୍ତସତୀ ପାଠ କରନ୍ତୁ | ଲଗାତାର ୭ ଦିନ ଯାଏଁ ଏହା କରନ୍ତୁ |

ଚାକିରୀ, ବ୍ୟବସାୟ ଏବଂ ଧନସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏହି ଉପାୟ ପ୍ରୟୋଗ କରନ୍ତୁ :

୧. ୧୧ କିମ୍ବା ୨୧ ଶୁକ୍ରବାର ମା’କାଳୀକା ମନ୍ଦିର ଯାଆନ୍ତୁ |

୨. ନାଲି ଆସନରେ ବସି ଓଁ କ୍ରୀଂ ନମଃ (ॐ क्रीं नमः) ମନ୍ତ୍ର ୧୦୮ ଥର ଜପ କରନ୍ତୁ |

୩. କ୍ଷମା ମାଗିବା ଭଳି ନିଜ କ୍ଷମତା ଅନୁସାରେ ତାଙ୍କୁ ଓଢଣୀ, ନଡ଼ିଆ, ଫୁଲମାଳ, ଭୋଗ ଆଦି ଛୋଟ ଛୋଟ ଝିଅଙ୍କୁ ବାଣ୍ଟନ୍ତୁ |

୪. ମା’ଙ୍କ ପୂଜାରେ ନାଲି କୁଂକୁମ, ଅକ୍ଷତ, ନାଲି ଫୁଲ, ଏବଂ ହଲୁୱା ଭୋଗ କିମ୍ବା କ୍ଷୀରରେ ତିଆରି ମିଠା ଭୋଗ ଲଗାନ୍ତୁ |

୫. ଶ୍ରଦ୍ଧାର ସହ ମା’ଙ୍କ ଉପାସନା କଲେ ନିଜର ମନୋସ୍କାମନା ପୁର୍ଣ ହୋଇଥାଏ | ମା’ଙ୍କୁ ପ୍ରସନ୍ନ ହେବ କ୍ଷଣି ମା’ଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହେବ ଏବଂ ସମସ୍ତ ସମସ୍ୟା ଦୂର ହୋଇଯିବ |

   Related Posts