କରୋନାର ପ୍ରକୋପ ମଧ୍ୟରେ ସରିଲା ମା ହିଙ୍ଗୁଳାଙ୍କ ଯନ୍ତାଳ ଯାତ୍ରା, ଲକ୍‌ଡାଉନ୍ କାରଣରୁ ସବୁ କାର୍ଯ୍ୟକ୍ରମ ବାତିଲ୍

Published By : Prameya-News7 Bureau | March 30, 2020 IST

ଅନୁଗୁଳ ୩୦।୦୩:  ମହାମାରୀ କରୋନାର ପ୍ରକୋପ ମଧ୍ୟରେ ଆଜି ମା ହିଙ୍ଗୁଳାଙ୍କ ସରିଛି ଯନ୍ତାଳ ଯାତ୍ରା। ନିରାଡ଼ମ୍ବର ସହ ପୋଲିସ ର ଉପସ୍ଥିତିରେ ସରିଛି ମା ଙ୍କର  ପ୍ରାରମ୍ଭିକ ପୂଜାବିଧି। ପରମ୍ପରା ଅନୁସାରେ ଦେହୁରୀ ମାଆଙ୍କର ପ୍ରତୀକ ପତିଆର ଙ୍କୁ ଆବାହନ କରିଥାନ୍ତି। ଘିଅ, ଗୁଡ଼ ପଣା ଆଦି ଦେଇ ପତିଆରଙ୍କୁ ପୂଜା କରାଯାଇଥାଏ।

{"id":246655,"sizeSlug":"large"}

ଏହି ପୂଜା ପରେ ମା ଅଗ୍ନି ରୂପରେ ଦର୍ଶନ ଦେଇଥାନ୍ତି। ଆଜି ମଧ୍ୟ ରାତ୍ରରେ ମା ଦେହୁରୀଙ୍କୁ ଦର୍ଶନ ଦେବାର ବିଧି ରହିଛି।  କିନ୍ତୁ ସାରା ରାଜ୍ୟ ଲକ ଡାଉନ ଯୋଗୁଁ ଚଳିତ ବର୍ଷ ମାଆଙ୍କର ଯାତ୍ରା ହେବ ନାହିଁ କି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ। କେବଳ ମାଆଙ୍କୁ ଦେହୁରୀ ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ମାଆଙ୍କର ଯାତ୍ରା ଅପ୍ରେଲ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ଲକ ଡାଉନ ଯୋଗୁଁ ସବୁ କାର୍ଯ୍ୟକ୍ରମ  ବାତିଲ କରିଛି ଟ୍ରଷ୍ଟ ଏବଂ ସ୍ଥାନୀୟ ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.