ଡାକ୍ତରଙ୍କ ବେଶଭୂଷାରେ ‘କରୋନାସୁର’ର ବଧ କରିବେ ମା ଦୁର୍ଗା, ଭାଇରାଲ ହେଲା ଫଟୋ

Published By : Prameya-News7 Bureau | October 20, 2020 IST

କୋଲକାତା ୨୦।୧୦: କରୋନା ଭାଇରସ୍‌ର ପ୍ରକୋପ କାରଣରୁ ସାଧାରଣ ଜୀବନ ଯାତ୍ରା ସଂପୂର୍ଣ୍ଣ ସ୍ଵାଭାବିକ ହୋଇ ପାରିନାହିଁ। ଚଳିତ ବର୍ଷ ପୂଜା ପର୍ବାଣୀ ସବୁ ଫିକା ପଡି ଯାଇଛି। ଏବେ ପୂରା ଦେଶରେ ପାଳନ ହେବାକୁ ଯାଉଛି ଦୁର୍ଗା ପୂଜା। ହେଲେ କରୋନା କାରଣରୁ ପୂର୍ବ ବର୍ଷ ପରି ଏଥର ଜାକଜମକରେ ହେବ ନାହିଁ ଶାରଦୀୟ ଦଶହରା। କୋଲକାତାର ଶାରଦୀୟ ନବରାତ୍ର ଅର୍ଥାତ ଦୁର୍ଗା ପୂଜା ବିଶ୍ଵ ପ୍ରସିଦ୍ଧ। ଏଠାରେ ପ୍ରତି ଥର ଦୁର୍ଗା ପୂଜା ପେଣ୍ଡାଲରେ କିିଛି ନୂତନତ୍ଵ ସହିତ ମା ଦୁର୍ଗାଙ୍କ ଶୃଙ୍ଗାର କରାଯାଏ ଏବଂ ପେଣ୍ଡାଲକୁ ଆଖି ଖୋସି ଦେବା ଭଲି ସଜା ଯାଏ।

ଏହି କ୍ରମରେ କରୋନା କାଳରେ କୋଲକାତାର ଏକ ପୂଜା ପେଣ୍ଡାଲରେ ମା ଦୁର୍ଗାଙ୍କୁ  ଡାକ୍ଟର ବେଶରେ ସୁସଜ୍ଜିତ କରାଯାଇଛି ଏବଂ ଦେବୀ ଦୁର୍ଗା କରୋନା ଭାଇରସ୍ ରୂପି ମହିଷାସୁରର ବଧ କରୁଛନ୍ତି। ଏହି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ଭାଇରାଲ ଫଟୋକୁ ସେୟାର କରି କଂଗ୍ରେସ ନେତା ଶଶି ଥରୁର ଲେଖିଛନ୍ତି ବହୁତ ସୁନ୍ଦର ଭାବେ ଦେବୀଙ୍କୁ ଚିତ୍ରଣ କରାଯାଇଛି। କୋଭିଡ୍-୧୯ ଥିମ୍‌ରେ କୋଲକାତାରେ ମା ଦୁର୍ଗାଙ୍କ ପ୍ରତୀମା ତିଆରି କରାଯାଇଛି, ଯାହା ଆକର୍ଷଣୀୟ ହୋଇଛି। ଏହି ମୂର୍ତ୍ତିକୁ ତିଆରି କରିଥିବା ଏବଂ ଡିଜାଇନ କରିଥିବା ଲୋକଙ୍କୁ ପ୍ରଣାମ।

wp:html /wp:html

ଏହି ମୂର୍ତ୍ତିରେ ମା ଦୁର୍ଗାଙ୍କ ହାତରେ ତ୍ରୀଶୂଳ ରୂପେ ଏକ ଇଞ୍ଜେକ୍ସନ ରହିଛି, ଯେଉଁଥିରେ ସେ କରୋନା ଭାଇରସ୍ ରୂପି ମହିଷାସୁରର ବଧ କରୁଛନ୍ତି। ମା ଦୁର୍ଗା ସର୍ବଦା ଲାଲ ଶାଢୀ ପରିଧାନ କରିଥାନ୍ତି, ହେଲେ ଏହି ମୂର୍ତ୍ତିରେ ମାଙ୍କୁ ଗୋଲାପୀ ଶାଢୀ ପରିଧାନ କରାଯାଇଛି। ଏହା ପରେ ଡାକ୍ଟରଙ୍କ ଧଳା ଆପ୍ରୋନ ପିନ୍ଧା ଯାଇଛି। ବାକି ହାତ ଖାଲି ରହିଛି। ସମ୍ଭବତଃ ମୂର୍ତ୍ତି ବର୍ତ୍ତମାନ ପୂଜା ମଣ୍ଡପରେ ନାହିଁ ଏବଂ ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ ଅକ୍ଟୋବର ୨୨ରେ ମା ଦୁର୍ଗା ପେଣ୍ଡାଲରେ ବିରାଜିବେ। ହେଲେ ମାଙ୍କ  ଦର୍ଶନ ପାଇଁ କରୋନା ଭାଇରସ୍‌ର ଅନେକ ପ୍ରକାରର ଗାଇଡ୍‌ଲାଇନ୍‌ର ପାଳନ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.