ମହିଷାସୁର ବଦଳରେ ଜିନ୍‌ପିଙ୍ଗଙ୍କୁ ସଂହାର କଲେ ମା’ ଦୁର୍ଗା, ପୂଜା ପେଣ୍ଡାଲ୍‌ ଫଟୋ ଭାଇରାଲ୍‌

Published By : Prameya-News7 Bureau | October 23, 2020 IST

କୋଲକାତା ୨୩/୧୦: କରୋନା ମହାମାରୀ ପାଇଁ ଯଦିଓ ଦୁର୍ଗାପୂଜା ଧୁମଧାମରେ ପାଳନ ହେଉନାହିଁ କିନ୍ତୁ ପେଣ୍ଡାଲ ଲୋକଙ୍କୁ ଆକୃଷ୍ଟ କରୁଛି। ବିଶେଷ କରି ପଶ୍ଚିମବଙ୍ଗରେ ମା’ ଦୁର୍ଗାଙ୍କ ପୂଜା ଓ ପେଣ୍ଡାଲ ଖୁବ ଆକର୍ଷଣୀୟ ହେଉଥିବାରୁ ଲୋକଙ୍କ ଭିଡ଼ ଜମେ। କିନ୍ତୁ ଏଥର କରୋନା ପାଇଁ ଫିକା ପଡ଼ିଛି। ତଥାପି ବିଭିନ୍ନ ପୂଜା କମିଟି ମା’ଙ୍କ ପୂଜା ଓ ପେଣ୍ଡାଲରେ କୌଣସି କମି ହେବାକୁ ଦେଇନାହାନ୍ତି। ସବୁ ଥର ଭଳି ଏଥର ପୂଜା ପେଣ୍ଡାଲ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ପ୍ରସ୍ତୁତ ହୋଇଥିବା ପେଣ୍ଡାଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ମା’ ଦୁର୍ଗା ମହିଷାସୁରକୁ ବଧ କରୁଥିବା ପ୍ରାୟ ସମସ୍ତ ମଣ୍ଡପରେ ଦେଖିବାକୁ ମିଳେ। କିନ୍ତୁ ଏଠାରେ ମା’ ଦୁର୍ଗା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସଂହାର କରୁଥିବା ଦେଖିବାକୁ ମିଳିଛି। ଏଭଳି ମୂର୍ତ୍ତୀକୁ ବହୁ ଲୋକ ପ୍ରଶଂସା କରିଥିବା ବେଳେ ଅନେକ କିନ୍ତୁ ସମାଲୋଚନା କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏହାକୁ ଖୁବ୍‌ ସମାଲୋଚନା କରିଥିବା ଦେଖିବାକୁ ମିଳିଛି।

ପୂଜା ପେଣ୍ଡାଲରେ ଜିନପିଙ୍ଗଙ୍କ ବଦ୍ଧକୁ ନେଇ ବିରୋଧ ଦେଖାଦେବା ପରେ ପୂଜା କିମଟି କର୍ମକର୍ତ୍ତା ସଫେଇ ଦେଇଛନ୍ତି।ଜିନପିଙ୍ଗଙ୍କୁ ଅସୁର ସହ ତୁଳନା କରୁଥିବା କଥାକୁ ଖଣ୍ଡନ କରିବା ସହ ପ୍ରତିବର୍ଷ କିଛି ନୂଆ ଥିମ୍‌ରେ ମୂର୍ତ୍ତୀ ତିଆରି ହୁଏ ବୋଲି କହିଛନ୍ତି ଆୟୋଜକ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.