ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା : ରାଜଧାନୀରେ ୪ଟି ସ୍ଥାନରେ ମେଢ ଏକାଠି ହେବା ପରେ ଆରମ୍ଭ ହେବ ଭସାଣି ଶୋଭାଯାତ୍ରା

Published By : Prameya-News7 Bureau | October 09, 2019 IST

ଭୁବନେଶ୍ବର ।୧୦: ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । ରାଜଧାନୀର ୪ଟି ସ୍ଥାନରେ ମେଢ ଗୁଡିକ ଏକାଠି ହେବା ପରେ ଆରମ୍ଭ ହେବ ଭସାଣି ଶୋଭଯାତ୍ରା ।

{"id":167740}

ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ୨୦ରୁ ଅଧିକ, ସହିଦନଗରରେ ୨୫ରୁ ଅଧିକ, ଉତ୍ତର ଭୁବନେଶ୍ବର କ୍ଲବ୍ ଟାଉନ୍ ପଡିଆରେ ୨୨ଟି ମେଢ ଏବଂ ପୁରୁଣା ଭୁବନେଶ୍ବରରେ ୨୦ରୁ ଅଧିକ ମେଢ ଏକାଠି ହେବେ । ମେଢ ଗୁଡିକ ଏକାଠି ହେବା ପରେ ଦୁର୍ଗାପୂଜା ସମିତି ଗୁଡିକୁ ସମ୍ବର୍ଦ୍ଧିତ କରାଯିବ ।

{"id":167741}

ଯେଉଁ ରାସ୍ତାରେ ଭସାଣି ଶୋଭାଯାତ୍ରା ହେବ ସେହି ରାସ୍ତାକୁ ସିଲ୍ କରାଯିବ । ଶାନ୍ତି ଶୃଙ୍ଖଳା ପାଇଁ ରାଜଧାନୀରେ ୩୫ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ବିସର୍ଜନ ପାଇଁ ବିଏମସି ପକ୍ଷରୁ କୁଆଖାଇ ଓ ଦୟାନଦୀ ପଠାରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.