ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ; ବିରାଟ ଶୋଭାଯାତ୍ରାରେ ବାପଘରରୁ ବିଜେ କଲେ ମାଆ, କାଲିଠୁ ନଗର ପରିକ୍ରମା

Published By : Prameya-News7 Bureau | March 30, 2019 IST

ବ୍ରହ୍ମପୁର ୩୦|୩ : ବ୍ରହ୍ମପୁର ର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ବିଳମ୍ବିତ ରାତି ଠାରୁ ଆରମ୍ଭ ହୋଇଯାଇଛି । ମାଆଙ୍କୁ ଆଣିବା ପାଇଁ ବାପା ଦେଶି ବେହେରା ଅଞ୍ଚଳବାସୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ପୂଜାର୍ଚ୍ଚନା ପରେ ମାଆଙ୍କୁ ଦେଶି ବେହେରା ସାହି ସ୍ଥିତ ଅସ୍ଥାୟୀ ମନ୍ଦିରକୁ ପାଛୋଟି ଆଣିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣରେ ମାଆ ବିଜେ କରିଥିଲେ ବାପା ଘରକୁ। ଶଙ୍ଖ ହୁଳହୁଳି ବାଜା ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ପରିବେଶ । ସମଗ୍ର ସହରରେ ଖୁସିର ମାହୋଲ୍ ଦେଖିବାକୁ ମିଳିଥିଲା । ମାଆ ଆଜି ବିଶ୍ରାମ ନେବା ପରେ ଆସନ୍ତାକାଲି ଠାରୁ ସାହି ବୁଲିବା ଆରମ୍ଭ କରିବେ ବୋଲି କହିଛନ୍ତି ବାପା ଦେଶିବେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.