Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଦଶଭୂଜା ସାବିତ୍ରୀ ବେଶରେ ଦର୍ଶନ ଦେଲେ ମା’ ବିରଜା

24/01/2020 at 6:50 PM

ଯାଜପୁର ୨୪।୦୧ – ଶୁକ୍ରବାର ମାଘ ଅମାବାସ୍ୟା । ପାଳିତ ହେଉଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ସ୍ବନକ୍ଷତ୍ର ଉତ୍ସବ । ଏଥିପାଇଁ ମାଆଙ୍କୁ ଦଶଭୁଜ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇଛି । ଦୈନଦିନ ପୁଜାରେ ମା ବିରଜା ଭୁବନେଶ୍ବରୀ ମନ୍ତ୍ରରେ ପୂଜା ପାଉଥିବାବେଳେ ଆଜିର ତିଥିରେ ମାଆଙ୍କୁ ମନ୍ତ୍ରରାଜ ଗାୟତ୍ରୀ ରୁପରେ ଧ୍ୟାନ ଓ ଆବାହନ କରାଯାଇଛି ।

 ଶୁଭ୍ରବର୍ଣ୍ଣ ସୋଲରେ ସଜ୍ଜିତ ହୋଇଛନ୍ତି ମାଆ ବିରାଜା । ଚତୁର୍ମୁଖ ମଧ୍ୟରୁ ପ୍ରଥମ ମୁଖ ମୁକ୍ତା ସଦୃଶ ଶୃଭ୍ରବର୍ଣ୍ଣ, ଦିତୀୟ ବିଦ୍ରୁମ ସଦୃଶ ରକ୍ତ ବର୍ଣ୍ଣ, ତୃତୀୟ ସୁବର୍ଣ୍ଣ ପୀତ ବର୍ଣ୍ଣ ଏବଂ ଚତୁର୍ଥ ମୁଖ ନୀଳ ଧବଳ ଅର୍ଥାତ୍ ଶ୍ୟାମବର୍ଣ୍ଣ କରାଯାଇଛି । ମସ୍ତକରେ ଅର୍ଦ୍ଧଚନ୍ଦ୍ର, ପରିଶୋଭିତ ରତ୍ନ ମୁକୁଟ ଏବଂ ଦଶଭୁଜରେ ଅଙ୍କୁଶ, ଶର, ତ୍ରୀଶୂଳ, କପାଳ, ଧନୁ, ଶଙ୍ଖ ଇତ୍ୟାଦି । ଗାୟତ୍ରୀ ମନ୍ତ୍ରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ସ୍ବନକ୍ଷତ୍ର ଦିବସରେ ମାଆଙ୍କ ପୂଜା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ ।

ସ୍ବନକ୍ଷେତ୍ର ଅବସରରେ ପ୍ରତ୍ୟୁଷରେ ଠାକୁରାଣୀଙ୍କ ନିତ୍ୟସ୍ନାନ ଓ ବେଶ ଅନୁଷ୍ଠିତ ହୋଇଥିଲା । ଏହାପରେ ପିଠା, ନୈବିଦ୍ୟ ଅର୍ପଣ କରାଯାଇଥିଲା । ସାବିତ୍ରୀ ବେଶ ସହିତ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଥିଲା ମାଆଙ୍କୁ । ଷୋଡଶ ଉପଚାର ପୂଜା, ଗାୟତ୍ରୀ ମନ୍ତ୍ରରେ ପୂଜା କରାଯିବା ସହ ଯଜ୍ଞାହୁତି ଓ ମଣ୍ଡଳାଦି ପୂଜା ହୋଇଥିଲା । ଆଳତି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଲାଗିଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁବ୍ୟବସ୍ଥା କରାଯାଇଛି ।

 ମାଆଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । 

   Related Posts