Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆଜିଠୁ ମା’ ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା, ଚଳିତବର୍ଷ ରଥ ଟାଣିବେନି ଶ୍ରଦ୍ଧାଳୁ

17/10/2020 at 4:20 PM

ଯାଜପୁର ୧୭।୧୦: ଆଜିଠୁ ଆରମ୍ଭ ହେବ ମା’ ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା । ମା’ ବିରଜାଙ୍କ ସିଂହଧ୍ବଜ ରଥ ୯ ଦିନ ଧରି ବେଢା ପରିକ୍ରମା କରିବ । ଅପରାହ୍ନ ୫ଟାରେ ହେବ ରଥଟଣା । କୋଭିଡ କଟକଣା ଭିତରେ ରଥ ଟଣାହେବ । ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି । କେବଳ ଅଙ୍ଗଲାଗି ସେବାୟତ ମାନଙ୍କ ଦ୍ବାରା ମା’ଙ୍କ ରଥ ଟଣାହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ହେବ ରଥଯାତ୍ରା ।

ମନ୍ଦିରର ପଶ୍ଚିମ ଦ୍ବାର ବ୍ୟତୀତ ଅନ୍ୟ ୩ଟି ପାର୍ଶ୍ବରେ ୧୪୪ ଲାଗୁ କରାଯାଇଛି । ସମସ୍ତଙ୍କ ଦୋକାନ ବଜାର ବନ୍ଦ ରହିଛି ଓ ଲୋକମାନଙ୍କ ଯାତାୟତକୁ ବାରଣ କରାଯାଇଛି । କିନ୍ତୁ ପଶ୍ଚିମ ପାର୍ଶ୍ବ ମୁଖ୍ୟ ରାସ୍ତା ହୋଇଥିବାରୁ ଗ‌ାଡି ଚଳାଚଳର ସମସ୍ୟାକୁ ଦୃଷ୍ଟିରେ ରଖି ଅପରାହ୍ନ ୩ଟା ୩୦ମିନିଟରୁ  ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ସେଠାରେ ୧୪୪ କାର୍ଯ୍ୟକାରି କରାଯାଇଛି । ଅପରାହ୍ନ ୪ ଟାରୁ ୬ ମଧ୍ୟରେ ରଥଟଣା କାର୍ଯ୍ୟ ରହିଥିବା ‌ବେଳେ ପୂର୍ବ ପରି ପ୍ରସ୍ତୁତି ପାଇଁ ଆଉ ଅଧ ଘଣ୍ଟାଏ ସମୟ ଦିଆଯାଇଥିବା ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।

ଅନ୍ୟପଟେ ଯାଜପୁର ଏସପି ଚରଣ ସିଂ ମୀନା ମନ୍ଦିର ପରିସର ବୁଲି ଦେଖିବା ସହ ଆଇନ ଶୃଙ୍ଖଳାକୁ ଗୁରୁତ୍ବ ଦେଇଛନ୍ତି । ରଥଯାତ୍ରା ପାଇଁ ୨ ଜଣ ଇନିସପେକ୍ଟର, ୭ ଜଣ ସବ ଇନିସପେକ୍ଟର, ୯ ଜଣ ଏଏସଆଇ, ୪୧ ହୋମଗାର୍ଡଙ୍କ ସହ ୪ ପ୍ଲାଟୁନ ଏବଂ ଗୋଟିଏ ସେକ୍ସନ ପୋଲିସ ମୁତୟନ କରାଯାଇଛି ।

   Related Posts