Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଝଲସିବ ମା’ ଭଦ୍ରକାଳୀ ପୀଠ, ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୧ କୋଟି ଟଙ୍କା

3/03/2021 at 9:01 AM

ଭଦ୍ରକ,୦୩/ ୦୩:  ଦୀର୍ଘ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା  ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠ ଏବେ ଝଲସିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପୀଠକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଏକ କୋଟି ଟଙ୍କାର ଯେଉଁ ଅନୁଦାନ ଦେଇଥିଲେ ତାହାର କାର୍ଯ୍ୟକାରିତା ଆରମ୍ଭ ହେବାକୁ ଯାଉଛି ।

ଏଥିପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏକ ସ୍ୱତନ୍ତ ନକ୍ସା ଓ ଡିଜାଇନ ପ୍ରସ୍ତୁତ କରିବା ପରେ ଏହି ପୀଠର ଉନ୍ନତି ପାଇଁ ବୁଧବାର ଶୁଭ ଶିଳାନ୍ୟାସ କରିଛନ୍ତି । ଏଥିରେ ବିଧାୟକଙ୍କ ସହିତ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ତଥା ଭଦ୍ରକ ଉପଜିଲ୍ଲାପାଳ ଉପସ୍ଥିତ ରହିଥିଲେ । ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ସେବାୟତଙ୍କ ସହିତ ଆଖପାଖ ଅଂଚଳରୁ ବହୁ ଲୋକ ଯୋଗଦେଇଥିଲେ ।

ତେବେ ଏହି ପ୍ରାଚୀନ ଶକ୍ତି ପୀଠ ପ୍ରତି ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର ଚାରିପାର୍ଶ୍ଵରେ ଆଲୋକୀକରଣ କରାଯିବ । ବେଢା ସୁଦୃଢ଼ କରଣ, ମୁଖଶାଳା ନିର୍ମାଣ ସହିତ ସେଠାରେ ଥିବା ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ, ପାର୍କ ନିର୍ମାଣ,  ଅତିଥି ଭବନ ନିର୍ମାଣ ସହିତ ପାରିପାର୍ଶ୍ୱକ ଉନ୍ନତି କରଣ ଭଲ ଭାବରେ କରାଯିବ । ଏଥିପାଇଁ ସବୁ ବ୍ୟବସ୍ଥା ସରିଛି ଓ  ଆସନ୍ତା କାଳୀପୂଜା ପୂର୍ବରୁ ଏସବୁ କାମ ଶେଷ ହେବ ବୋଲି ବିଧାୟକ ଓ ସାଂସଦ କହିବା ସହିତ ଏଥିପାଇଁ ସହାୟତା କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

   Related Posts