ଶେଷ ଦିନରେ ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଲେ ମା' ଭଦ୍ରକାଳୀ

Published By : Prameya-News7 Bureau | November 20, 2020 IST

ଭଦ୍ରକ୨୦୨/୧୧: ଭଦ୍ରକର ଅଧିଷ୍ଠାତ୍ରୀଦେବୀ ମାଆ ଭଦ୍ରକାଳୀ ଆଜି ସପ୍ତମ ତଥା ଶେଷ ଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି। ସକାଳ ସମୟରେ ପହଡ଼ ଖୋଲିବା ପରେ ସକାଳ ରୀତିନୀତି ଅନୁଯାଇ ପୂଜା ଅର୍ଚ୍ଚନା ଆରମ୍ଭ ହେବା ପରେ ମାଆ ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଇଛନ୍ତି।

ସେହିପରି ମାଆ ଭଦ୍ରକାଳୀଙ୍କର ସପ୍ତମାତୃକା ଵେଶର ଆଜି ଶେଷ ଦିନରେ ମହାଲକ୍ଷ୍ମୀ ବେଶ ଧାରଣ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ମାଆଙ୍କ ପୂଜା ବିଦ୍ଧି ଆଗେଇ ଚାଲିଛି । ଆଜି ସପ୍ତମ ଦିଵସ ବ୍ୟାପୀ ମହାଯଜ୍ଞର ଆଜି ପୂର୍ଣ୍ଣାହୂତି ଦିଆଯିବ। ଆଜିର ଦିନରେ ଦର୍ଶନ ଦେଲେ ଘରର ଧନ ସମ୍ପତି ପୂରଣ ହେବା ସହ ଅଭାବ ଅନାଟନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.