ମା' ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ

Published By : Prameya-News7 Bureau | November 30, 2021 IST

ସୋନପୁର,୩୦/୧୧:  ସୁବର୍ଣ୍ଣପୁର ସହର ସ୍ଥିତ  ଇଷ୍ଟଦେବୀ ମା' ସୁରେଶ୍ଵରୀ ଦେବୀଙ୍କ ମନ୍ଦିରରୁ ଚୋରି । ମା'ଙ୍କ ରୁପା ମୁକୁଟଛତ୍ର ନେଇଗଲେ ଦୁର୍ବୃତ୍ତ । ତେବେ ଘଟଣାକୁ ସମସ୍ତ ମହଲରେ ନିନ୍ଦା କରାଯାଇଛି ।

ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତ୍ରିରେ ମନ୍ଦିର ମୁଖ୍ୟ  କବାଟ ଭାଙ୍ଗି ଚୋରି ହୋଇଛି । ପ୍ରତିଦିନ ପରି ମନ୍ଦିର ପୂଜକ ପୂଜା ପାଇଁ ମନ୍ଦିରକୁ ଆସିଥିଲା ବେଳେ ମୁଖ୍ୟ ଫାଟକ ଖୋଲା ଥିବା ସେ ଦେଖିଥିଲେ । ଏପରିକି ତାଲା ମଧ୍ୟ ଭଙ୍ଗା ଯାଇଥିଲା । ମା'ଙ୍କ ରୁପା ମକୁଟ ନ ଥିବା ସେ ଦେଖି ସଙ୍ଗେ ସଙ୍ଗେ ମନ୍ଦିର କମିଟି ଓ ପୋଲିସକୁ ଖବର ଦେଇଥିଲେ ।  ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.