Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଶ୍ମୀରରେ ସଫଳ ହେଉଛି ସେନାର ‘ମା ବୁଲାରହି ହୈ’ ଅଭିଯାନ, ଆତଙ୍କବାଦ ଛାଡି ନୂଆ ଜୀବନ ଆରମ୍ଭ କଲେଣି ଅନେକ ଯୁବକ

12/05/2019 at 5:18 PM

ଜମ୍ମୁ ୧୨।୫ :  ଜମ୍ମୁ-କାଶ୍ମୀରରେ  ସ୍ଥାନୀୟ ଯୁବକଙ୍କୁ ନେଇ ଆତଙ୍କବାଦୀଙ୍କ ଫଉଜ ଗଢୁଥିବା ଜିହାଦୀଙ୍କୁ ଏବେ ଘାରିଛି ମା’ଙ୍କ ଭୟ । ସେମାନଙ୍କ ଉତ୍ତେଜକ ଭାଷଣ ଓ ଲୋଭନୀୟ ପ୍ରତିଶ୍ରୁତିରେ ଭ୍ରମିତ ହୋଇ ଜିହାଦୀଙ୍କ ଗୋଷ୍ଠୀରେ ଯୋଗ ଦେଉଥିବା ଅନେକ ଯୁବକଙ୍କୁ  ସେମାନଙ୍କ ମା’ମାନେ  ପୁଣି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ସକ୍ଷମ ହୋଇଥିବା ବେଳେ  ସେନାର ‘ମା ବୁଲାରହି ହୈ’ ଅଭିଯାନ ବେଶ ଫଳପ୍ରଦ ହେଉଛି। ଏଣୁ ମା ମାନଙ୍କ ଯୋଗୁ ଉପତ୍ୟାକାରେ ଏବେ ଜିହାଦୀଙ୍କ ମନବଳ  ଦୁର୍ବଳ ହେବାରେ ଲାଗିଛି।

ଅନନ୍ତନାଗର ଉଦୀୟମାନ ଫୁଟବଲର ମାଜିଦ ଅର୍ସିଦ ଖାନ ବର୍ଷକ ପୂର୍ବେ ଯେତେବେଳେ ଲସ୍କର-ଏ-ତୌୟବାରେ ଯୋଗଦେଲେ ଏଭଳି ରାସ୍ତାରେ ନ ଯିବା ପାଇଁ ତାଙ୍କ ପିତା ଓ ଭଉଣୀମାନେ ଅନେକ ବୁଝାଇଥିଲେ। ହେଲେ କାହା କଥା ନ ସୁଣି ମାଜିଦ ଲସ୍କରରେ ଯୋଗଦେଇଥିଲା। ତେବେ ଯେତେବେଳେ ତାଙ୍କ ମା ସୋସାଲ ମିଡିଆରେ ତାଙ୍କୁ ଭୁଲ ରାସ୍ତା ଛାଡି ଚାଲିଆସିବାକୁ ନିବେଦନ କଲେ ସେତେବେଳେ ଲସ୍କରର ଲଲିପପ୍ ମାଜିଦଙ୍କୁ ବାନ୍ଧି ରଖିପାରିନଥିଲା।

ମାଜିଦ ଆତଙ୍କବାଦ ରାସ୍ତା  ଛାଡିବା ପରେ  ଲସ୍କର ସୋସାଲ ମିଡିଆରେ କେବଳ ମାଜିଦ ତାଙ୍କ ମାଙ୍କ ଲାଗି ସଙ୍ଗଠନ ଛାଡିଥିବା ଉଲ୍ଲେଖ କରିଥିଲା। ଏହି ଘଟଣା କାଶ୍ମୀର ଉପତ୍ୟାକାର ଏବେ ଅନ୍ୟ ମା ମାନଙ୍କ ପାଇଁ ପ୍ରେରଣା ଯୋଗାଇଛି। ମାଜିଦଙ୍କୁ ଅନୁକରଣ କରି ଅନ୍ୟ ଯୁବକମାନେ ସଙ୍ଗଠନ ଛାଡିଥିବା ବେଳେ ସେମାନଙ୍କ ପାଇଁ ସେନାର ଅଭିଯାନ ବେଶ ସହାୟକ ହୋଇଛି । ଫଳରେ  ଗତ ୩ ବର୍ଷରେ ୧ ଡଜନରୁ ଊର୍ଦ୍ଧ୍ବ ଯୁବକ ଆତଙ୍କବାଦ ଛାଡି ସାମାଜିକ ମୁଖ୍ୟ ଧାରାରେ ସାମିଲ ହେବା  ସହ ସେମାନେ ଏବେ ଜମ୍ମୁ-କାଶ୍ମୀର ବାହାରେ ନିଜ ପାଇଁ ନୂଆ ଦୁନିଆ ଗଢିବାରେ ସକ୍ଷମ ହୋଇଛନ୍ତି।

ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ମୁକାବିଲା ପାଇଁ ମାଙ୍କ ମମତା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିବା ନିଜେ ସିଆରପିଏଫ ଆଇଜି ରବୀ ଦିପ ସାହି ସ୍ବୀକାର କରିଛନ୍ତି। ଏବେ ଉପତ୍ୟାକାରେ ଜିହାଦୀ ତତ୍ବ ମା ମାନଙ୍କୁ ନେଇ ଆତଙ୍କିତ ହୋଇପଡିଥିବା ବେଳେ ଏବେ ଏଭଳି ମା ମାନଙ୍କୁ ଧର୍ମର ଦ୍ବାହୀଦେଉଥିବା କହିଛନ୍ତି।  ଜିହାଦ ରାସ୍ତାରୁ ପିଲାଙ୍କୁ ଫେରସ୍ତ ନେବା ପାପ ବୋଲି କହୁଛନ୍ତି ଜିହାଦୀ କମାଣ୍ଡର ହେଲେ ଏବେ ନିଜ ପିଲାଙ୍କ ହସଖୁସି ଜୀବନ ପାଇଁ ମା ମାନେ କିଛି ବି କରିବାକୁ ପ୍ରସ୍ତୁତ । ଫଳରେ ଆତଙ୍କି କମାଣ୍ଡରମାନେ ଏବେ ଉପତ୍ୟାକାରେ ଏକାକୀ ହୋଇପଡିଥିବା ବେଳେ ସାମାଜିକ ମୁଖ୍ୟସ୍ରୋତକୁ ଫେରିଆସୁଥିବା ଯୁବକଙ୍କ ପରିବାରର ସୁରକ୍ଷା ଓ ସେମାନଙ୍କ ଥଇଥାନ ଏବେ ଆମର ପ୍ରମୁଖ ଦାୟୀତ୍ବ ବୋଲି କହିଛନ୍ତି ଆଇଜି।  

   Related Posts