ବିଜେପୁର ଉପନିର୍ବାଚନରେ ପ୍ରଥମ ଥର ପାଇଁ ବ୍ୟବହାର ହେବ ଏମ୩ ଇଭିଏମ୍

Published By : Prameya-News7 Bureau | September 21, 2019 IST

ଭୁବନେଶ୍ବର ୨୧।୯: ବିଜେପୁର ଉପନିର୍ବାଚନରେ ପ୍ରଥମ ଥର ପାଇଁ ଏମ୩ ଇଭିଏମ ବ୍ୟବହାର ହେବ । ଏହା ଲାଟେଷ୍ଟ ଅପଡେଟ ମେସିନ। ଯେଉଁଥିରେ କେହି କିଛି ଟାମ୍ପରିଂ କିମ୍ବା ମେସିନ ସହିତ କିଛି କେହି ଅପବ୍ୟବହାର କଲେ ମେସିନ ଡିସପ୍ଲେ ଦେଖାଯିବ। ଏପରିକି ଏଥିରେ ୨୪ଟି ବାଲଟ ୟୁନିଟ ଲାଗିବା​​‌ ସହ ୩୮୪ ପ୍ରାର୍ଥୀଙ୍କ ନାଁ ରହିବ।  ଏହି ମେସିନ ବିଜେପୁର ନିର୍ବାଚନରେ ପ୍ରଥମ କରି ବ୍ୟବହାର ହେବ ।

ବିଜେପୁର ଉପନିର୍ବାଚନରେ  ବ୍ୟବହାର ହେବ ଲାଟେଷ୍ଟ ଏମ୩ ଇଭିଏମ ।  ଦେଶ​‌ରେ  ପ୍ରଥମ ଥର ପାଇଁ ଏହି ଇଭିଏମ ବ୍ୟବହାର କରାଯିବ। ୨୦୧୯ ନିର୍ବାଚନରେ ବ୍ୟବହାର ହୋଇଥିଲା ଏମ୨ ମେସିନ। ଟାମ୍ପରିଂ ରୋକିବାକୁ ନିର୍ବାଚନ କମିଶନ ଏହି ମେସିନ ବ୍ୟବହାର କରିବେ। ବର୍ତ୍ତମାନ  ଆବଶ୍ୟକୀୟ ଥିବା ଏହି ଏମ୩ ମେସିନ ଇଲୋକେଟ୍ରେନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ନିର୍ବାଚନ କମିଶନଙ୍କୁ ଯୋଗାଇ ସାରିଛନ୍ତି । ଏହି ଏମ୩ ଇଭିଏମ ଏବେ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରୁ ବିଜେପୁରକୁ ଆସୁଛି। ବିଜେପୁର ରେ ୨୮୫ଟି ବୁଥ୍ ରହିଥିବାବେଳେ ଏଥିରେ ୫୭୦ଟି ଭିଭିପାଟ, ୫୭୦ଟି କଣ୍ଟେ୍ରାଲ ୟୁନିଟ  ଏବଂ ୫୭୦ଟି ବାଲଟ ୟୁନଟି ବ୍ୟବହୃତ ହେବ।

ଏମ୨ ମେସିନଠାରୁ ଏମ୩ ମେସିନ ଭିନ୍ନ ଲାଟେଷ୍ଟ ଅପଡେଟ ମେସିନ। ଏମ ୩ ଇଭିଏମ ବ୍ୟବହାର କେହି ଯଦି ଟାମ୍ପରିଂ ବା ମେସିନର ଅପବ୍ୟବହାର କରେ ତାହା ଡେସପ୍ଲେରେ  ଦେଖାଇବ। ଏଥିରେ ୨୪ ବାଲଟ ୟୁନିଟ ଲାଗାଯାଇପାରିବ। ଯେଉଁଥିରେ ୩୮୪ ପ୍ରାର୍ଥୀ ନାଁ ରହିବା ସହିତ ନୋଟା ମଧ୍ୟ ରହିବ। ଏଥିରେ ଭିଭିପାଟ ଏବଂ ଇଭିଏମ ମିଶି ରହିବ। କୌଣସି ସିଷ୍ଟମ କିମ୍ବା ସଫ୍ଟଓ୍ବେୟାରେ ସମସ୍ୟା ଥିଲେ ତାହା ଡିସପ୍ଲେରେ ଦେଖାଯିବ। ଏହାସହ ମେସିନରେ କେଉଁଠି ତ୍ରୁଟି ଅଛି ତାହା ମନକୁ ମନ ଚିହ୍ନଟ କରିପାରିବ। ଏହା ପୂର୍ବରୁ ଏମ୨ ମେସିନରେ ମାତ୍ର ୧୬ ପ୍ରାର୍ଥୀ ନାମ ରହୁଥିଲା। ବାଲଟ ୟୁନିଟ, କଣ୍ଟେ୍ରାଲ ୟୁନିଟ ଅଲଗା ଅଲଗା ରହୁଥିଲା। ତ୍ରୁଟି ହେଲେ ଜଣା ପଡୁନଥିଲା।

୨୦୧୪ ନିର୍ବାଚନ ପରେ ବିଭିନ୍ନ ରାଜନୈତିକ ଦଳ ଇଭିଏମ ଟାମ୍ପରିଂ ନେଇ ଅଭିଯୋଗ କରିଥିଲେ। ଏପରିକି ଯିଏ ଚାହିଁଲେ ବି ଇଭିଏମକୁ ଟାମ୍ପରିଂ କରିପାରିବ ବୋଲି ପ୍ରଦର୍ଶନ କରିଥିଲେ ଏହି ସବୁ ଆଖି ଆଗରେ ରଖି ନିର୍ବାଚନ କମିଶନ ଏମ୩ ମେସିନ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.