ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଧୋନୀଙ୍କର ୧୫ ବର୍ଷ, ସୋସିଆଲ ମିଡିଆରେ ମିଳୁଛି ଏମିତି କମେଣ୍ଟସ୍

Published By : Prameya-News7 Bureau | December 23, 2019 IST

ଭାରତକୁ ଦୁଇ ଦୁଇଥର ଆଇସିସି ବିଶ୍ୱକପ୍ ଜିତାଇଥିବା କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କର ୧୫ ବର୍ଷ ପୁରଣ କରିଛନ୍ତି। ଏହି ଅବସରରେ ଧୋନୀଙ୍କ ଫ୍ୟାନମାନେ ଟ୍ୱିଟଟରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଥିବା ବେଳେ ଜଣେ ଫ୍ୟାନ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି। ଯାହାକୁ ଏପର୍ଯ୍ୟନ୍ତ ୧୩ ହଜାର ବାର ଦେଖାଯାଇସାରିଲାଣି। ୨୩ ଡିସେମ୍ବର ୨୦୦୪ରେ ଧୋନୀ ପ୍ରଥମ ଥର ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍‌ରୁ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ।

wp:html /wp:html

ଧୋନୀ ୱିକେଟ୍ କିପର ଓ ବ୍ୟାଟସ୍‌ମ୍ୟାନ ଭାବେ ବେଶ ସଫଳତା ପାଇଥିବା ବେଳେ ଟିମ୍ ଇଣ୍ଡିଆର ଜଣେ ସଫଳ ଅଧିନାୟକ ବି ଥିଲେ। ୱିକେଟ୍ କିପିଙ୍ଗ ହେଉ କି ବ୍ୟାଟିଂ  ଟିମ୍‌କୁ ଶୀର୍ଷରେ ପହଞ୍ଚାଇବାରେ ଧୋନୀଙ୍କ ଯୋଗାଦନ ଅତୁଳନୀୟ ରହିଛି। ଯଦିଓ ତାଙ୍କ କ୍ୟାରିୟରର ପ୍ରାରମ୍ଭ ଏତେ ସଫଳ ନଥିଲା ତଥାପି ସେ ନିରାଶ ହୋଇନଥିଲେ। କଠିନ ପରିଶ୍ରମ କରି ପରେ ଟିମର ମୁଖ୍ୟ ଅଙ୍ଗ ପାଲଟିଯାଇଥିଲେ। ପ୍ରଥମ ମ୍ୟାଚ୍‌ରେ ଧୋନୀ ଖାତା ବି ଖୋଲିପାରିନଥିଲେ। ରନ୍‌ ଆଉଟ୍ ହୋଇ ଖାଲିହାତରେ ଫେରିଥିବା ଧୋନୀ କିନ୍ତୁ ପରବର୍ତ୍ତି ସମୟରେ ଦେଶକୁ ଦୁଇଟି ଆଇସିସି ୱାର୍ଲଡ କପ୍ ରେ ବିଜୟୀ କରିବାରେ ବେଶ୍ ସହାୟକ ହୋଇଥିଲେ।

{"id":201574,"width":582,"height":664,"sizeSlug":"large"}

ଧୋନୀ ୯୦ଟି ଟେଷ୍ଟ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ଭାରତ ଲାଗି ୩୫୧ଟି ୱାନଡେ ଓ ୯୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ଟେଷ୍ଟ ମ୍ୟାଚ୍‌ରେ ୪ହଜାର ୮୭୬ ରନ ସଂଗ୍ରହ କରିଥିବା ବେଳେ ୱାନଡେରେ ୧୦ ହଜାର ୭୭୩ ରନ୍ ଓ ଟି-୨୦ରୁ ୧ ହଜାର ୬୧୭ ରନ ସଂଗ୍ରହ କରିଛନ୍ତି। ଇଂଲଣ୍ଡରେ ଖେଳାଯାଇଥିବା ଗତ ୨୦୧୯ ବିଶ୍ୱକପ୍ ପରେ ସେ ଟିମ୍‌ ଇଣ୍ଡିଆରେ ନାହାନ୍ତି। ତେବେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ୱାର୍ଲଡକପ୍ ଲାଗି ତାଙ୍କୁ ଟିମର ମୁଖ୍ୟ ମନେ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.