Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ମୋଦିଙ୍କୁ ଫୋନ୍ କଲେ ରୁଷ ରାଷ୍ଟ୍ରପତି ପୁଟିନ, ଦ୍ବିପାକ୍ଷିକ ଆଲୋଚନା ପାଇଁ ପୁଟିନଙ୍କୁ ନିମନ୍ତ୍ରଣ କଲେ ମୋଦି

18/09/2020 at 12:51 PM

ନୂଆଦିଲ୍ଲୀ ୧୮/୦୯: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଛନ୍ତି। ଦୁଇ ନେତା ଫୋନରେ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ତେବେ ବିଶେଷ ଓ ଦ୍ବିପାକ୍ଷିକ ସମ୍ବନ୍ଧକୁ ମଜୁବତ କରିବା କଥାକୁ ଦୋହରାଇ ଦୁଇ ନେତା ଅନେକ ଗୁରୁତ୍ବପୂଣ୍ର୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। କୋଭିଡ୍-୧୯ କାଳରେ ଦୁଇ ଦେଶ ମଧ୍ୟରେ କଥାବାର୍ତା ଜାରି ରହିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଦୁଇ ନେତା।

ଭାରତ ଓ ଚୀନ ମଧ୍ୟରେ ବିବାଦ ଜାରି ଥିବା ​‌ବେଳେ ମୋଦି ଓ ପୁଟିନଙ୍କ ଆଲୋଚନା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଦୁଇ ନେତା ଚୀନକୁ ନେଇ କିଛି ଆଲୋଚନା କରିଛନ୍ତି କି ନାହିଁ ସେ ନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ। ମାତ୍ର ସୀମା ବିବାଦ ସମୟରେ ଏଭଳି ଦୁଇ ଦେଶର ଆଲୋଚନାକୁ ଗୁରୁତ୍ବ ଦିଆଯାଉଛି।

ପିଏମ ମୋଦି ଦ୍ବିପାକ୍ଷିକ ଆଲୋଚନା ପାଇଁ ପୁଟିନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ସୂଚନା ବିଦେଶ ମନ୍ତ୍ରାଳୟ ପ୍ରଦାନ କରିଛି। ତେବେ କେବେ ଦୁଇ ଦେଶ ମଧ୍ୟରେ ବୈଠକ ବସିବ ସେ ନେଇ ତାରିଖ ମଧ୍ୟ ଖୁବଶୀଘ୍ର ସ୍ଥିର କରାଯିବ। ପିଏମ ପୁଟିନଙ୍କୁ ଏସସିଓ ଓ ବ୍ରିକ୍ସ ସମ୍ମିଳନୀକୁ ସଫଳତାପୂର୍ବକ ହୋଷ୍ଟ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି।

   Related Posts