ସିବିଆଇରୁ ହଟିଲେ ଏମ. ନାଗେଶ୍ୱର ରାଓ, ମିଳିଲା ନୂଆ ଦାୟିତ୍ୱ

Published By : Prameya-News7 Bureau | July 05, 2019 IST

ନୂଆଦିଲ୍ଲୀ ୫।୭: ସିବିଆଇରୁ ବରିଷ୍ଠ ଆଇପିଏସ୍ ଅଫିସର  ଏମ. ନାଗେଶ୍ୱର ରାଓଙ୍କୁ ଶୁକ୍ରବାର ହଟାଇ ଦିଆଯାଇଛି। ଅତିରିକ୍ତ ନିର୍ଦ୍ଦେଶକ ଅବସ୍ଥାପିତ ରାଓଙ୍କୁ ଅଗ୍ନିସମ ସେବା, ନାଗରିକ ସୁରକ୍ଷା ଓ ହୋମଗାର୍ଡ ଡିଜି ଭାବେ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ସିବିଆଇ ନିର୍ଦ୍ଦେଶକ ଭାବେ  ଆଲୋକ ବର୍ମା ବିବାଦୀୟ ହେବା ପରେ ରାଓଙ୍କୁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ତେବେ ସିବିଆଇ ଭଳି ଏକ ଜାତୀୟ ତଦନ୍ତକାରୀ ସଂସ୍ଥାନ ଜଣେ ଅତିରିକ୍ତ ନିର୍ଦ୍ଦେଶଙ୍କ ନିୟନ୍ତ୍ରଣରେ ରହିବା ଘଟଣାକୁ ଅନେକ ସହଜରେ ହଜମ କରିପାରିନଥିଲେ।  ଏ ନେଇ ‘କମନ କଜ୍’ନାମକ ଏକ ଏନଜିଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜଷ୍ଟିସ୍ ଅଋଣ ମିଶ୍ର ଓ ଜଷ୍ଟିସ୍ ବିନିତ ଶରଣଙ୍କ ଖଣ୍ଡପୀଠ ପୂର୍ଣ୍ଣକାଳୀନ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତିକୁ ସମର୍ଥନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.