ଏମ୍.କେ.ଷ୍ଟାଲିନ୍ ଡିଏମକେ ବିଧାୟକ ଦଳ ନେତା ମନୋନୀତ

Published By : Prameya-News7 Bureau | May 04, 2021 IST

ଚେନ୍ନାଇ ୪।୫: ଏମ.କେ. ଷ୍ଟାଲିନଙ୍କୁ ମଙ୍ଗଳବାର ଦ୍ରାବିଡ ମୁନିତ୍ର କଜଗମ (ଡିଏମକେ) ବିଧାୟକ ଦଳ ନେତା ମନୋନୀତ କରାଯାଇଛି।  ସେ ମେ ୭ ତାରିଖ ଦିନ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଡିଏମକେ ଅଧିକାରିକ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ଦଳର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଷ୍ଟାଲିନଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯାଇଥିବା ସୂଚିତ କରାଯାଇଛି। ଷ୍ଟାଲିନ ଡିଏମକେ ଦଳରସଭାପତି ମଧ୍ୟ।

{"id":448370,"sizeSlug":"large","linkDestination":"none"}

ବିଧାୟକ ଦଳର ନେତା ମନୋନୟନ ଲାଗି ପାର୍ଟି ମୁଖ୍ୟାଳୟ ‘ଆନ୍ନା ଆରିଭଲୟମ’ରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୩୩ ଜଣ ନବ ନିର୍ବାଚିତ ବିଧାୟକ ଯୋଗ ଦେଇଥିଲେ। ଏଥିରେ ସହଯୋଗୀ କଂଗ୍ରେସର ମଧ୍ୟ ୮ ଜଣ ବିଧାୟକ  ଉପସ୍ଥିତ ଥିଲେ। ଡିଏମକେ ବିଧାୟକ ଦଳ ବୈଠକ ପରେ ପରେ ସରକାର ମେ ୭ ତାରିଖ ଦିନ ଶପଥ ଗ୍ରହଣ ଉତ୍ସବ ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଏହା ପୂର୍ବରୁ ଷ୍ଟାଲିନ୍‌ ରାଜ୍ୟରେ କୋଭିଡ ପରିସ୍ଥିତି ଯୋଗୁ ଶରଳ ଓ ନିରାଡମ୍ବର ଶପଥଗ୍ରହଣ ଉତ୍ସବ ହେବ ବୋଲି ଘୋଷଣା କରିଥିଲେ।

{"id":448371,"sizeSlug":"large","linkDestination":"none"}

ଉଲ୍ଲେଖ ଯୋଗ୍ୟଯେ ବିଧାନସଭା ନିର୍ବାଚନରେ ଡିଏମକେ ଓ କଂଗ୍ରେସ ମେଣ୍ଟକୁ ୧୫୬ ଆଶନର ପୂର୍ଣ୍ଣ ବହୁମତ ମିଳିଛି। ତେବେ ଏଆଇଡିଏମକେ ମେଣ୍ଟକୁ ମାତ୍ର ୭୬ଟି ଆସନ ମିଳିଥିବା ବେଳେ ସହଯୋଗୀ ଦଳକୁ ମାତ୍ର ୪ଟି ଆସନମିଳିଛି। ରାଜ୍ୟରେ ସରକାର ଗଢିବାକୁ ୧୧୮ ମ୍ୟାଜିକ୍‌ ନମ୍ବର । ହେଲେ ଏଆଇଡିଏମକେ ଓ ମେଣ୍ଟ ପାଖାପାଖି ଆସନ ମଧ୍ୟ ପାଇବାକୁ ସକ୍ଷମ ହୋଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.