କନେଷ୍ଟବଳ ସ୍ୱାମୀ ଅଫିସରଙ୍କୁ ସାଲ୍ୟୁଟ୍‌ ମାରୁଥିବା ଦେଖି IPS ହେଲେ ସ୍ତ୍ରୀ, ୧୪ବର୍ଷରେ ହୋଇଥିଲା ବିବାହ

Published By : Prameya-News7 Bureau | January 24, 2022 IST

ନୂଆଦିଲ୍ଲୀ ୨୪/୦୧; କୁହାଯାଏ ସଫଳତା ପାଇବାକୁ ଆବଶ୍ୟକ ହୁଏ ପ୍ରେରଣା। ସେହି ପ୍ରେରଣା ମଣିଷକୁ ଲକ୍ଷ୍ୟ ସ୍ଥଳକୁ ପହଞ୍ଚାଇବାରେ ଶକ୍ତି ଯୋଗାଏ। ସେମିତି କଛି ପ୍ରେରଣା ପାଇଥିଲେ ତାମିଲନାଡୁର ଏମ୍‌ ଅମ୍ବିକା। କନେଷ୍ଟବଳ ସ୍ୱାମୀ ସିନିୟର ଅଫିସରଙ୍କୁ ସାଲ୍ୟୁଟ୍‌ ମାରିବା ଦେଖି ସେ IPS ଅଫିସର ହେବାର ନିଷ୍ପତ୍ତି ନେଇଥିଲେ।

୧୦ମ ପାସ୍‌ ପରେ ଅମ୍ବିକାଙ୍କର ବିବାହ ଜଣେ କନେଷ୍ଟବଳଙ୍କ ସହ ହୋଇଥିଲା। ବିବାହର ଦୁଇ ବର୍ଷ ପରେ ସେ ୨ଟି ସନ୍ତାନର ମା ହେଲେ। ଥରେ ସାଧାରଣତନ୍ତ୍ର ଦିବସରେ ସେ ତାଙ୍କ ସ୍ବାମୀଙ୍କ ସହ ପୋଲିସ୍‌ ପରେଡ୍‌ ଦେଖିବା ପାଇଁ ଯାଇଥିଲେ। ସେଠାରେ ତାଙ୍କ ସ୍ୱାମୀଙ୍କୁ ସେ ଲୋକଙ୍କୁ ସାଲ୍ୟୁଟ୍‌ ମାରୁଥିବାର ଦେଖିଲେ। ଘରକୁ ଆସି ଅମ୍ବିକା ସେ ସାଲ୍ୟୁଟ୍‌ ମାରୁଥିବା ଲୋକେ କିଏ ବୋଲି ପ୍ରଶ୍ନ କଲେ। ଅମ୍ବିକାଙ୍କୁ ତାଙ୍କ ସ୍ବାମୀ ସେମାନେ ତାଙ୍କ ସିନିୟର ଅଫିସର ତଥା IPS ଅଫିସର ଥିଲେ ବୋଲି କହିଲେ।

ସେବେଠୁ ଅମ୍ବିକାଙ୍କ ମନରେ IPS ହେବାର ଇଚ୍ଛା ଜନ୍ମ ହେଲା। ଅମ୍ବିତା IPS ହେବା ପାଇଁ କେମିତି ପ୍ରସ୍ତୁତ ହେବାକୁ ପଡେ ବୋଲି ସ୍ୱାମୀଙ୍କୁ ପଚାରିଥିଲେ। ସ୍ବାମୀଙ୍କ କହିବା ଅନୁଯାୟୀ ଅମ୍ବିକା ପ୍ରଥମେ ୧୦ ପାସ୍‌ କଲେ ଏହା ପରେ ଡିଷ୍ଟାନ୍ସରେ ଗ୍ରାଜୁଏସନ୍‌ ପର୍ଯ୍ୟନ୍ତ ପଢିଲେ। ତାପରରେ ଅମ୍ବିକା ତାମିଲ୍‌ନାଡୁର ଏକ କୋଚିଂ ସେଣ୍ଟର ରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କଳେ। ୩ଥର ୟୁପିଏସ୍‌ସି ପରୀକ୍ଷାରେ ବିଫଳ ହେବା ପରେ ୨୦୦୮ରେ  ସେ ଶେଷ ଉଦ୍ୟମରେ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ଏହାପରେ ତାଙ୍କୁ ମହାରାଷ୍ଟ୍ର କ୍ୟାଡରରେ ପୋଷ୍ଟିଂ ମିଳିଛି। ଅମ୍ବିକା ଏବେ ମୁମ୍ବାଇ ଜୋନ୍‌-୪ର ଡିସିପି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.