ବଜେଟ୍‌ରେ କର ହ୍ରାସ ଲାଗି ଲକଜରି କାର କମ୍ପାନୀଙ୍କ ଦାବି

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ ୧୭।୧:ଆଗାମୀ ସାଧାରଣ ବଜେଟ୍‌ରେ ସରକାର ଲକଜରି କାର ନିମନ୍ତେ କର ହ୍ରାସ କରିବେ ବୋଲି ମର୍ସିଡିଜ୍ ବେଞ୍ଜ, ଅଡି ଓ ଲମ୍ବର୍ଗିନୀ ଆଦି କମ୍ପାନୀମାନେ ଆଶାବ୍ୟକ୍ତ କରିଛନ୍ତି। କମ୍ପାନୀଙ୍କ ଅନୁସାରେ ଉଚ୍ଚ ଶୁଳ୍କହାର ଯୋଗୁ ଦେଶରେ ପ୍ରିମିୟମ କାରବଜାର ଆଗକୁ ବଢି ପାରୁନାହିଁ। ଏଥିରେ କରୋନା ଭାଇରସ ମହମାରୀ ବଜାର ପରିସ୍ଥିତିକୁ ଜଟିଳ କରିଛି। ଯଦି ଲକଜରି କାର ଉପରେ ସରକାର ଅଧିକ ଟିକସ ଲାଗୁ କରିବେ ଚାହିଦା ପ୍ରଭାବିତ କରିବା ନିଶ୍ଚିତ ବୋଲି କହିଛନ୍ତି।

{"id":393777,"width":581,"height":381,"sizeSlug":"large","linkDestination":"none"}

ମର୍ସିଡିଜ ବେଞ୍ଜ ଇଣ୍ଡିଆଙ୍କ ସିଇଓ ମାର୍ଟିନ ଶ୍ୱେଂକ୍ ସରକାର ଏପରି କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ଯାହା କ୍ଷେତ୍ରରେ ଚାହିଦା ହ୍ରାସ କରିବ, ନଚେତ ପରେ ସମସ୍ୟା ଜଟିଳ ହେବ ବୋଲି କହିଛନ୍ତି।  ବିଳାଶମୟ କାର କ୍ଷେତ୍ରରେ ପ୍ରଥମରୁ ଦେଶରେ ଶୁଳ୍କ ହାର ଉଚ୍ଚ ରହିଛି। ଆମଦାନୀ ଶୁଳ୍କରୁ ଆରମ୍ଭ କରି ମାଲ ଓ ସେବାକର (ଜିଏସଟି) ଆଦି କର ଓ ଉପକର ମିସାଇ ୨୨ ପ୍ରତିଶତ ଆଦାୟ ହେଉଛି ବୋଲି ସେ କହିଛନ୍ତି।

{"id":393783,"sizeSlug":"large","linkDestination":"none"}

ସେହିପରି ଅଡି ଇଣ୍ଡିଆ ମୁଖ୍ୟ ବଲବୀର ସିଂହ ଧିଲନ ମଧ୍ୟ ଉଚ୍ଚ କରହାର ହ୍ରାସ ହେବା ଦରକାର ବୋଲି କହିଛନ୍ତି। କୋଭିଡ-୧୯ ମହାମାରୀ ଲାଗି ଉପୁଜିଥିବା ପରିସ୍ଥିତିରୁ ବଜାର ଏବେ ବାହାରକୁ ବାହାରିବାକୁ ଉଦ୍ୟମ କରୁଛି। ଆଗକୁ ବିଳାଶମୟ କାର ବ୍ୟବସାୟ ଦେଶରେ ଅଧିକ ଚାଲେଞ୍ଜିଂ ହେବ। ଉଚ୍ଚ ଶୁଳ୍କ ହାର ଲାଗି ଦେଶରେ ଏପରି କାରର ବଜାର ଏବେବି ଏକ ପ୍ରତିଶତରେ ରହିଛି। ଯାହା ୨୦୨୦ରେ ୦.୮ରୁ ୦.୭ ପ୍ରତିଶତକୁ ହ୍ରାସ ହୋଇଥିଲା। ଏଣୁ କ୍ଷେତ୍ର ପ୍ରତି ସରକାର ନଜର ଦେବା ଦରକାର ବୋଲି ଧିଲନ କହିଛନ୍ତି।

{"id":393779,"sizeSlug":"large","linkDestination":"none"}

ତେବେ ଲମ୍ବର୍ଗିନୀ ଇଣ୍ଡିଆ ପ୍ରମୁଖ ଶରଦ ଅଗ୍ରୱାଲ ସୁପର ଲକଜରି କ୍ଷେତ୍ରପ୍ରତି ସରକାର ନିରନ୍ତରତା କାୟମ ରଖିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏଥିଲାଗି ସେ ୨୦୨୧ରେ ୨୦୧୯ ସ୍ତରରେ କରହାର ଧାର୍ଯ୍ୟ କରିବାକୁ ସେକହିଛନ୍ତି। ଏଥିରେ ହୁଏତ ଅଭିବୃଦ୍ଧି ହୋଇ ନପାରେ ହେଲେ ବ୍ୟବସାୟୀକ କ୍ଷତି ବହନ କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ଅଗ୍ରୱାଲ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.