Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

୫୨ ବର୍ଷ ବୟସରେ ଯୁବ କ୍ରିକେଟରଙ୍କୁ ପଛରେ ପକାଇଲେ ଖେଳାଳି, ଗ୍ରାଉଣ୍ଡରେ ବର୍ଷା କଲେ ଛକା

16/09/2021 at 6:19 PM

ନୂଆଦିଲ୍ଲୀ, ୧୬/୦୯: ବୟସ ୫୨ । ଏହି ସମୟରେ ଅବସର ନେଇ କମେଣ୍ଟ୍ରି ବକ୍ସରେ କମେଣ୍ଟ୍ରି କରିବା କଥା ବା ଯୁବ ଖେଳାଳିଙ୍କୁ କୋଚିଂ ଦେବା କଥା । ଏହି ବୟସରେ ଜଣେ ଖେଳାଳି ଷ୍ଟାଡିୟମ୍‌ରେ ଚୌକା ଛକା ବର୍ଷା କରି ଦର୍ଶକଙ୍କୁ ଚକିତ କରିଦେଇଛନ୍ତି । ୟୁରୋପିଅନ୍‌ ଟି-୧୦ କ୍ରିକେଟ୍ ଲିଗ୍‌ରେ ଏପରି ଘଟଣା ଦେଖିବାକୁ ମିଳିଛି । ଟୋନି ହ୍ୱାଇଟ୍‌ମେନ୍‌ ନାମକ ଏହି ବ୍ୟାଟ୍ସମ୍ୟାନ୍‌ ପଡ଼ିଆରେ ଏପରି ଖେଳିଥିଲେ ଯେ ପ୍ରତିପକ୍ଷ ଟିମ୍‌ର ବୋଲର୍‌ ବୋଲିଂ କରିବାକୁ ଡରିବାକୁ ଲାଗିଲେ ।

ଟୋନି ତୋଫାନ୍‌ ପାଳି ଖେଳିବା ସହିତ ଗୋଟିଏ ପରେ ଗୋଟିଏ ଗଗନ ଚୁମ୍ୱି ଛକା ଲଗାଇଥିଲେ । ମାତ୍ର ୨୨ ବଲ୍‌ରେ ସେ ତାଙ୍କର ଅର୍ଦ୍ଧ ଶତକ ହାସଲ କରିଥିଲେ । ଲକ୍ଜମବର୍ଗ ଟିମ୍‌ର ଏହି ଖେଳାଳିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ୟୁରୋପିଅନ୍‌ କ୍ରିକେଟ୍‌ ଲିଗ୍‌ରେ ଲକ୍ଜମବର୍ଗ ଏବଂ ସ୍ୱିଡେନ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିଲା । ଯେଉଁଥିରେ ୫୨ ବର୍ଷୀୟ ଟୋନି ଏଭଳି ଭାବେ ଖେଳିଥିଲେ ଯେ, ଯେ କେହି ବି ଦେଖୁଥିଲେ ସମାନେ ତାଙ୍କର ଦିୱାନା ହୋଇଯାଇଥିଲେ । ଟୋନିଙ୍କ ଟିମ୍‌ ଏକ ସମୟରେ ୪ଟି ୱିକେଟ୍‌ ହରାଇ ସଂଘର୍ଷ କରୁଥିଲା । କିନ୍ତୁ ଲକ୍ଜମବର୍ଗର ବୋଲର୍‌ଙ୍କ ବୋଲିଂ ଅପରପକ୍ଷକୁ ଅଧିକ ରନ୍‌ କରିବାକୁ ସୁଯୋଗ ଦେଇନଥିଲା ।

ଟୋନି ତାଙ୍କର ପ୍ରଥମ ୨୦ ରନ୍‌ ୧୪ଟି ବଲ୍‌ ଖେଳି କରିଥିଲେ । ହେଲେ ଆଗାମୀ ୮ ବଲ୍‌ରେ ସେ ତାଙ୍କର ୫୦ ରନ୍‌ ପୁରା କରିଦେଇଥିଲେ । ସ୍ୱିଡେନ୍‌ ଖେଳାଳି ତାଙ୍କୁ ଏକ ଜୀବନ ଦାନ ଦେଇଥିଲେ । ଯାହାର ଫାଇଦା ସେ ଉଠାଇନେଇଥିଲେ ।  ତେବେ ସେ ଉକ୍ତ ଲିଗ୍‌ରେ ସର୍ବାଧିକ ରନ୍‌ କରିବାରେ ଟପ୍‌ ତିନି ଜଣଙ୍କ ଭିତରେ ରହିଛନ୍ତି । ସେ ଚତୁର୍ଥ ପାଳି ଖେଳି ୧୮୧.୪୩ ଷ୍ଟ୍ରାଇକ୍‌ ରେଟ୍‌ ହିସାବରେ ୧୨୭ ରନ୍‌ କରିଥିବା ଜଣାପଡ଼ିଛି ।   

   Related Posts