ତେନ୍ଦୁଲକର ଓ ଧୋନିଙ୍କ ପରେ ନିର୍ମାଣ ହେବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ: ଘୋଷଣା କଲା ଲଭ ଫିଲ୍ମସର

Published By : Prameya-News7 Bureau | September 09, 2021 IST

ମୁମ୍ବାଇ ୦୯/୦୯ : ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ କ୍ୟାପଟେନମାନଙ୍କ ମଧ୍ୟରୁ ଜଣେ ହେଲେ ସୌରଭ ଗାଙ୍ଗୁଲି। ଗାଙ୍ଗୁଲିଙ୍କ କ୍ୟାରିଅର ଉପରେ ନିର୍ମାଣ ହେବାକୁ ଯାଉଛି ବାୟୋପିକ। ସେ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଟ୍ୱିଟ ଜରିଆରେ ସେ ସୂଚନା ଦେଇଛନ୍ତି ଯେ ତାଙ୍କ କ୍ୟାରିଅର ଉପରେ ଏକ ଫିଲ୍ମ ହେବାକୁ ଯାଉଛି। ଫିଲ୍ମର ପ୍ରଯୋଜନା ଦେବେ ଲଭ ଫିଲ୍ମସ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟ୍ୱିଟ କରି ଲେଖିଛନ୍ତି, 'କ୍ରିକେଟ ମୋ ଜୀବନ। ଏହା ମୋତେ ଆତ୍ମବିଶ୍ୱାସ ଦେଇଛି ଓ ଦକ୍ଷତା ଦେଇଛି ଯେଉଁଥିପାଇଁ ମୁଁ ମୁଣ୍ଡ ଟେକି ଆଗକୁ ବଢି ପାରିଛି। ଏମିତି ଏକ ଯାତ୍ରା ଯାହାକୁ ମନେ ରଖିହେବ। ଏଇଥିପାଇଁ ଖୁସି ଯେ ଲଭ ଫିଲ୍ମସ ମୋ କ୍ୟାରିଅର ଯାତ୍ରାକୁ ନେଇ ବାୟୋପିକ ନିର୍ମାଣ କରିବ ଓ ଏହାକୁ ବଡ ପରଦାକୁ ଆଣିବ।'

wp:embed {"url":"https://twitter.com/SGanguly99/status/1435860625956081668","type":"rich","providerNameSlug":"twitter","responsive":true}
https://twitter.com/SGanguly99/status/1435860625956081668
/wp:embed

ପ୍ରସିଦ୍ଧ ଫିଲ୍ମ ନିର୍ମାତା ଲଭ ରଞ୍ଜନ ଓ ଅଙ୍କୁର ଗର୍ଗ ଏହି ଫିଲ୍ମ ନିର୍ମାଣ କରିବେ। ତେବେ ଫିଲ୍ମରେ ଗାଙ୍ଗୁଲିଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ ହୋଇନାହିଁ। ଗାଙ୍ଗୁଲିଙ୍କ ପ୍ରଶଂସକ ଏହି ଫିଲ୍ମ ପାଇଁ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ ମହମ୍ମଦ ଆଝରୁଦ୍ଦିନ, ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାରିଅରକୁ ନେଇ ମଧ୍ୟ ଫିଲ୍ମ ହୋଇଛି। ସଚିନ ତେନ୍ଦୁଲକରଙ୍କ କ୍ୟାରିଅରକୁ ନେଇ ମଧ୍ୟ ଡକ୍ୟୁମେଣ୍ଟାରୀ ଫିଲ୍ମ ହୋଇସାରିଛି। ତାଛଡା ମେରୀ କମ ଓ ସାଇନା ନେହୱାଲଙ୍କ ଉପରେ ମଧ୍ୟ ଫିଲ୍ମ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.