ସୁପରହିଟ୍ ହେଲା ଇମ୍ରାନଙ୍କ ମ୍ୟୁଜିକ୍ ଭିଡିଓ 'ଲୁଟ୍ ଗଏ': ୬୦ ଦିନରେ ନୂଆ ରେକର୍ଡ

Published By : Prameya-News7 Bureau | April 20, 2021 IST

ମୁମ୍ବାଇ ୨୦/୦୪ : ଇମ୍ରାନ ହାସମୀଙ୍କ ମ୍ୟୁଜିକ୍ ଭିଡିଓ 'ଲୁଟ ଗଏ' ରେକର୍ଡ ସୃଷ୍ଟି କରିଛି। ଗୀତଟି ଲୋକଙ୍କ ମନକୁ ଖୁବ ଛୁଇଁଛି। ୬୦ ଦିନରେ ଏହି ଗୀତକୁ ୟୁଟ୍ୟୁବରେ ୫୦୦ ମିଲିୟନରୁ ଅଧିକ ଭ୍ୟୁ ମିଳିଛି। ଗୀତ ଇଣ୍ଟରନେଟରେ ବହୁତ ହିଟ ହୋଇଛି। କେବଳ ୟୁଟ୍ୟୁବ୍ କାହିଁକି ଗୀତକୁ ଇନଷ୍ଟାଗ୍ରାମ ରିଲରେ ମଧ୍ୟ ୟୁଜର୍ସ ବହୁତ ଦେଖିଛନ୍ତି। ଟି ସିରିଜ୍ ବ୍ୟାନରରେ ରିଲିଜ ହୋଇଥିବା ଏହି ଗୀତ ପ୍ରତିଦିଆନ ନୂଆ ରେକର୍ଡ ହାସଲ କରୁଛି।

{"id":441384,"width":731,"height":390,"sizeSlug":"large","linkDestination":"none"}

ଏହି ମ୍ୟୁଜିକ୍ ଭିଡିଓରେ ଅଭିନେତା ଇମ୍ରାନ ହାସମୀଙ୍କ ସହ ୟୁକ୍ତି ଥରେଜା ନଜର ଆସିଛନ୍ତି। ଇମ୍ରାନ ନିଜ ପ୍ରେମ ପାଇଁ ସବୁ ସୀମା ପାର କରିଥିବା ନଜର ଆସିଛନ୍ତି। କିନ୍ତୁ ତଥାପି ସେ ନିଜ ପ୍ରେମିକାଙ୍କୁ ବଞ୍ଚାଇବାରେ ଅସଫଳ ହୋଇଛନ୍ତି। ଭିଡିଓରେ ଇମ୍ରାନ ଓ ୟୁକ୍ତିଙ୍କ କେମିଷ୍ଟ୍ରି ବହୁତ ଜମିଛି। ଲୋକେ ଏହି ମ୍ୟୁଜିକ ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।

{"id":441385,"width":712,"height":373,"sizeSlug":"large","linkDestination":"none"}

ଇମ୍ରାନ ହାସମୀ ସୋସିଆଲ ମିଡ଼ିଆରେ ହିଁ ଗୀତ ସମ୍ପର୍କରେ ଲେଖିଥିଲେ, "କେହି ଛାଡି ଚାଲିଗଲେ ବି ଭଲପାଇବା ମରେନି, ରହେ, ସେହି କାହାଣୀକୁ ଉଜାଗର କରି ଏହି ଗୀତ 'ଲୁଟ୍ ଗଏ' ମାଧ୍ୟମରେ 'ଲଭ୍-ଟୁ-ଡେଥ୍'ର ପ୍ରତିଶୃତି ଦେଇଛି।"

{"id":441386,"width":701,"height":394,"sizeSlug":"large","linkDestination":"none"}

ଗୀତକୁ ରାଧିକା ରାଓ ଓ ବିନୟ ଶାପରୁ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ଲେଖିଛନ୍ତି ତନିଷ୍କ ବାଗଚି ଓ ଗାଇଛନ୍ତି ଲୋକପ୍ରିୟ ଗାୟକ ଜୁବିନ ନୌଟିୟାଲ। ଗୀତ ଟି ସିରିଜ୍ ବ୍ୟାନରରେ ରିଲିଜ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.