ଫୁସଫୁସ୍ କ୍ୟାନସର କ୍ଷେତ୍ରରେ ଭାରତ ବିଶ୍ବରେ ଚତୁର୍ଥ : ଜାଣନ୍ତୁ ଏହାର ଲକ୍ଷଣ

Published By : Prameya-News7 Bureau | January 14, 2019 IST

ବାୟୁ ପ୍ରଦୂଷଣ ଏବଂ ଧୂମପାନର ଅଭ୍ୟାସ ଯୋଗୁଁ ଫୁସଫୁସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ପ୍ରଥମେ ପୁସଫୁସ୍ କ୍ୟାନସର ଅଷ୍ଟମ ସ୍ଥାନରେ ଥିଲା। ୮୫ପ୍ରତିଶତ ରୋଗୀ ଫୁସଫୁସ୍ କ୍ୟାନସରର ତୃତୀୟ ଏବଂ ଚତୁର୍ଥ ସ୍ତରରେ ପହଞ୍ଚିଲେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଥାଏ।

ଡାକ୍ତରଙ୍କ କହିବା ଅନୁସାରେ ଫୁସଫୁସରେ କ୍ୟାନସରର ମାଂସପେଶୀ ବୃଦ୍ଧି ପାଇବା ଫଳରେ ଫୁସଫୁସର କାର୍ଯ୍ୟ ସମ୍ପାଦନ ବାଧାପ୍ରାପ୍ତ ହୋଇଥାଏ। ଏଥିଯୋଗୁଁ ଶରୀରରେ ଆବଶ୍ୟକୀୟ ଅମ୍ଳଜାନ ପ୍ରସ୍ତୁତ ହୋଇପାରିନଥାଏ। କାଶିଲେ ରକ୍ତ ବାହାରିଥାଏ ,ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ,ଭୋକ କମିଯାଇଥାଏ,ଓଜନ କମିଯାଇଥାଏ, ନିଃଶ୍ବାସ ନେବାରେ ଅସୁବିଧା ହୋଇଥାଏ, ଶ୍ବାସପ୍ରଶ୍ବାସ ପ୍ରକ୍ରିୟା ଅନିୟମିତ ହୁଏ ଏବଂ କଣ୍ଠସ୍ବର ଦୁର୍ବଳ ହୋଇଥାଏ। ଏହା ସବୁ ଫୁସଫୁସ କ୍ୟାନସରର ଲକ୍ଷଣ ହୋଇଥାଏ।

ଧୂମପାନ ବ୍ୟତୀତ ପ୍ରଦୂଷଣ ଫୁସଫୁସ କ୍ୟାନସରର ଏକ ମୁଖ୍ୟ କାରଣ। ୪୦ରୁ ୪୫ବର୍ଷ ବୟସ୍କର ବ୍ୟକ୍ତିମାନେ  ଧୂମପାନ କରୁଥିବା କାରଣରୁ ଫୁସଫୁସ୍ କ୍ୟାନସରର ଶିକାର ହୋଇଥାନ୍ତି। ଫୁସଫୁସ୍ କ୍ୟାନସରର ପ୍ରଥମ ପର୍ଯ୍ୟାୟରେ  ବିଳମ୍ବ ନ କରି ଅପରେସନ୍ କଲେ ରୋଗୀର ବଞ୍ଚିବାର ସମ୍ଭାବନା ୮୦/୮୫ ପ୍ରତିଶତ ଥାଏ। ଏହି ରୋଗର ନିଦାନ ପାଇଁ କର୍କଟ ରୋଗ ଚିକିତ୍ସାଳୟଗୁଡିକରେ ଖୁବ୍ ଶୀଘ୍ର ‘ଡୋଜ୍ କମ୍ପ୍ୟୁଟେଡ୍ ଟୋମୋଗ୍ରାଫି’ ଯାଞ୍ଚର ସୁବିଧା ଉପଲବ୍ଧ ହେବ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ ସମଗ୍ର ବିଶ୍ବରେ ସବୁଠୁ ଅଧିକ ଫୁସଫୁସ୍ ରୋଗ ଭାରତରେ ହୋଇଥାଏ। ୧୦୦ଟି କ୍ୟାନସର ରୋଗୀଙ୍କ ମଧ୍ୟରୁ ୧୩ଜଣ ଫୁସଫୁସ କ୍ୟାନସରରେ ଆକ୍ରାନ୍ତ ହୋଇଥାନ୍ତି। ଭାରତରେ ପ୍ରତିବର୍ଷ ୭୦ହଜାରରୁ ଅଧିକ ଲୋକ ଫୁସଫୁସ୍ କ୍ୟାନସରରେ ପୀଡ଼ିତ ହୋଇଥାନ୍ତି। ଏହିପରି ୬୦ହଜାରରୁ ଅଧିକ ଲୋକ ଫୁସଫୁସ୍ କ୍ୟାନସରରେ ମୃତ୍ୟୁବରଣ କରିଥାନ୍ତି। ମହାରାଷ୍ଟ୍ରରେ ଫୁସଫୁସ କ୍ୟାନସର ବଢ଼ି ବଢ଼ି ଚାଲିଛି।

ତମାଖୁ ସେବନ କଲେ କ୍ୟାନସର ହେବାର ଆଶଙ୍କା ୪୦ପ୍ରତିଶତ ଥାଏ। ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ତମାଖୁଠାରୁ ଦୂରେଇ ରହିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ଏହା ପରେ ମଧ୍ୟ ତମାଖୁ ସେବନ ନିଷେଧ ହୋଇପାରୁନାହିଁ। ଫୁସଫୁସ କ୍ୟାନସର ହେବାରେ ଭାରତ ଚତୁର୍ଥ । ଏଥିପାଇଁ ଏହି ରୋଗକୁ ଗମ୍ଭୀରତାର ସହ ନେବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.