Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ନିଜ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କଲେ ରୋହିତ ଶର୍ମା, ଇଣ୍ଟରନେଟ୍‌ରେ ପ୍ରଶ୍ନ- କାହିଁକି ବିକିଲେ, ଆଉ ଅଛି କେତେ ?

1/07/2021 at 2:52 PM

ମୁମ୍ବାଇ, ୦୧/୦୭:   ଭାରତୀୟ ଦଳର ବିସ୍ଫୋରକ ଓପନର ହିଟମ୍ୟାନ୍ ରୋହିତ ଶର୍ମା କ୍ରିକେଟ ଷ୍ଟାଡିୟମରେ ନିଜ ନାମରେ ଅନେକ ରେକର୍ଡ ହାସଲ କରିଛନ୍ତି । ବିଶ୍ୱ କ୍ରିକେଟର ହିଟମ୍ୟାନ୍ ଅନେକ ଧନ ସମ୍ପତ୍ତି ଉପାର୍ଜନ କରିଛନ୍ତି । ତାଙ୍କର ମୁମ୍ବାଇର ବଲୀରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ରହିଛି । ରୋହିତଙ୍କ ଘର ବଲୀର ଆହୁଜା ଆପାର୍ଟମେଣ୍ଟସର ୨୯ ତମ ଫ୍ଲୋରରେ ରହିଛି । ଏହା ବ୍ୟତୀତ ଲୁନାଭଲାରେ ତାଙ୍କର ଏକ ଭିଲ୍ଲା ବା ବଙ୍ଗଳା ରହିଥିଲା । ଏହାକୁ ରୋହିତ ନିକଟରେ ବିକିଛନ୍ତି ।

ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କର ଲୁନାଭଲାରେ ଯେଉଁ ବଙ୍ଗଳା ରହିଥିଲା ତାହା ୬୩୨୯ ବର୍ଗଫୁଟର ଅଟେ । ଏହାକୁ ରୋହିତ ବିକ୍ରି କିରଦେଇଛନ୍ତି । ଏହି ସମ୍ପତ୍ତିକୁ ଜୁନ ୧ରେ ରେଜିଷ୍ଟ୍ରେସନ କରାଯାଇଛି । ତାଙ୍କୁ ଜେପକି ଡଟ୍ କମ ମାଧ୍ୟମରେ ବଙ୍ଗଳା ବାବଦରେ ସମସ୍ତ ତଥ୍ୟ ଓ କାଗଜପତ୍ର ମିଳିଛି ।ଏଥିରୁ ବଙ୍ଗଳାକୁ ୫ କୋଟି ୨୫ ଟଙ୍କାରେ ସୁଷମା ଅଶୋକ ଶରାଫ ନାମକ ଜଣେ ମହିଳାଙ୍କୁ ବିକ୍ରି କରାଯାଇଥିବା ଜଣାପଡିଛି ।

ରୋହିତଙ୍କର ଆହୁରି ମଧ୍ୟ ଅନେକ ବିଳାସପୂର୍ଣ୍ଣ ଘର ରହିଛି । ସେ ୨୦୧୬ରେ ଖଣ୍ଡାଲାରେ ୫ ବେଡ୍ ରୁମ୍ ବିଶିଷ୍ଟ ଏକ ବଙ୍ଗଳା କିଣିଥିଲେ । ଯାହାର ଦାମ୍ ୫ କୋଟି ଟଙ୍କା ଥିଲା । ଏହା ୭୫୦୦ ବର୍ଗ କିମିରେ ପରିବ୍ୟାପ୍ତ । ଆହୁରି ମଧ୍ୟ ରୋହିତଙ୍କର ଅନେକ ସମ୍ପତ୍ତି ଓ ଘର ରହିଛି ।  ଅଧିକ ଘର ଥିବା କାରଣରୁ ଲୁନାଭାଲାର ବଙ୍ଗଳାକୁ ରୋହିତ ବିକ୍ରି କରିଦେଇଥିବା କୁହାଯାଉଛି । ଲୁନାଭାଲା ମୁମ୍ବାଇଠୁ ଅଳ୍ପ ଦୂରରେ ଅବସ୍ଥିତ । ଏହା ଜନବସତିଠାରୁ ଦୂରରେ ରହୁଥିବାରୁ ଅନେକ ସେଲିବ୍ରିଟି ଏଠାରେ ଘର କିଣିଥାନ୍ତି ।

ସୂଚନାଯୋଗ୍ୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ହାରିବା ପରେ ରୋହିତ ଏବେ ନିଜ ପରିବାର ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । ଏନେଇ ଆଜିଙ୍କ୍ୟ ରାହାଣେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ରାହାଣେ ଓ ରୋହିତ ନିଜ ପରିବାର ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା ।

   Related Posts