Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ : ଭାରତରେ ସକାଳେ ଏବଂ ଆମେରିକାରେ ସନ୍ଧ୍ୟାରେ ହେବ ଦୃଶ୍ୟମାନ

1/07/2020 at 1:56 PM

ଆସନ୍ତା ଜୁଲାଇ ୫ତାରିଖରେ ଜ୍ୟେଷ୍ଠ ଶୁକ୍ଳପକ୍ଷର ଅମାବାସ୍ୟା ଅବସରରେ ଯେତେବେଳେ ପୂରା ଦେଶ ଗୁରୁ ପୂର୍ଣ୍ଣିମା ପାଳନ କରୁଥିବ,ସେତେବେଳେ ଆକାଶରେ ମହାଜାଗତିକ ଘଟଣା ଘଟିବ। ଏହି ଦିନ ଚନ୍ଦ୍ର ଗ୍ରହଣ ହେବ। ଗୁରୁ ପୂର୍ଣ୍ଣିମାରେ ଭାରତରେ ସକାଳେ ସୂର୍ଯ୍ୟର ଆଗମନ ସହ ଆକାଶରେ ଚନ୍ଦ୍ର ଅସ୍ତ ହୋଇ ସାରିଥିବ। ସେତେବେଳେ ଏହା ମହା ଜାଗତିକ ଘଟଣା ହେବ। ସେତେବେଳେ ଉତ୍ତର ଏବଂ ଦକ୍ଷିଣ ଆମେରିକାରେ ସନ୍ଧ୍ୟା ହେଉଥିବ ଏବଂ ସେଠାରେ ଚନ୍ଦ୍ର ଉଦୟ ହେଉଥିବ। ଅର୍ଥାତ୍ ଭାରତରେ ସକାଳେ ଚନ୍ଦ୍ର ଗ୍ରହଣ ହେବ,କିନ୍ତୁ ଏଠାରେ ଦିନ ହେବା କାରଣରୁ ଆମେ ଚନ୍ଦ୍ର ଗ୍ରହଣ ଏଠାରେ ଦେଖି ପାରିବୁ ନାହିଁ। ଏହି ସୂଚନା ଭୋପାଳର ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ପ୍ରସାରକ ବୁଧବାର ଦେଇଛନ୍ତି।

ସେ କହିଛନ୍ତି ଯେ ଗୁରୁ ପୂର୍ଣ୍ଣିମାରେ ଭାରତରେ ସକାଳ ହେବ,ସେତେବେଳେ ଆମେରିକାରେ ସନ୍ଧ୍ୟାରେ ଚନ୍ଦ୍ର ଉପଛାୟା ଗ୍ରହଣରେ ଗ୍ରସିତ ହେବ। ବିଳମ୍ବିତ ରାତ୍ରି ହେବା ମାତ୍ରେ ପଶ୍ଚିମ ଆଫ୍ରିକାରେ ଏହି ଗ୍ରହଣ ଦେଖାଯିବ। ଚନ୍ଦ୍ର ଗ୍ରହଣର ପୂରା ସମୟ ଭାରତରେ ଦିନ ଥିବ। ଏଥିପାଇଁ ଏହି ଗ୍ରହଣକୁ ଉତ୍ତର ଆମେରିକା,ଦକ୍ଷିଣ ଆମେରିକା ତଥା​‌ ପଶ୍ଚିମ ଆଫ୍ରିକାରେ ତ ଦେଖାଯାଇ ପାରିବ କିନ୍ତୁ ଭାରତରେ ଏହା ଦିନ ହେବା କାରଣରୁ ଦେଖାଯାଇ ପାରିବ ନାହିଁ।

ଏବର୍ଷ ପ୍ରଥମ ଚନ୍ଦ୍ର ଗ୍ରହଣ ଜୁନ୍ ୫ତାରିଖରେ ପଡ଼ିଥିଲା। ଏହା ପରେ ବିଶ୍ବ ଯୋଗ ଦିବସ ଅବସରରେ ଜୁନ୍ ୨୧ର ସୂର୍ଯ୍ୟ ପରାଗ ପରେ ମାସକର ଅବଧିରେ ପୃଥିବୀରେ ଦେଖା ଯିବାକୁ ଥିବା ଏହା ତୃତୀୟ ଗ୍ରହଣ ହେବ। ଆସନ୍ତା ଚନ୍ଦ୍ର ଗ୍ରହଣ ଏବର୍ଷ ନଭେମ୍ବର ୩୦ରେ ହେବ,କିନ୍ତୁ ଏହାକୁ ମଧ୍ୟ ପ୍ରଦେଶର କେବଳ କିଛି ପୂର୍ବ ଜିଲ୍ଲା ରିବା-ଅନୁପପୁରରେ କିଛି ମିନିଟ୍ ପାଇଁ ଦେଖା ଯାଇପାରିବ। ମଧ୍ୟପ୍ରଦେଶ ସହିତ ଭାରତରେ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ୨୦୨୧ ମେ ୨୬ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ।

   Related Posts