Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଗ୍ରହଣର ସମୟ ନିର୍ଘଣ୍ଟ

18/01/2019 at 8:20 PM

ଭୁବନେଶ୍ବର୧୮|୧: ୨୦୧୯ ନୂଆବର୍ଷ ଆରମ୍ଭରୁ ହିଁ ଏଥର ସୂର୍ଯ୍ୟଗ୍ରହଣ ହୋଇଥିଲା ଆଉ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ଏଥରର ପୂର୍ଣ୍ଣମି ଚନ୍ଦ୍ରଙ୍କୁ ବୈଜ୍ଞାନିକ ଭାଷାରେ ସୁପର ବ୍ଲଡ ମୁନ୍‌ କୁହାଯାଉଛି । ସୂଚନା ଅନୁସାରେ ଏଥରର ପୂର୍ଣ୍ଣମୀ ଚନ୍ଦ୍ର ଅନ୍ୟ ଥରର ପୂର୍ଣ୍ଣମୀ ଚନ୍ଦ୍ରଙ୍କଠାରୁ ୧୪ ପ୍ରତିଶତ ବଡ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବେ । ଏଥରର ପୂର୍ଣ୍ଣମୀ ଚନ୍ଦ୍ର ଅଧିକ ଗାଢ ଲାଲ ଦେଖାଯିବେ । ଏହି କାରଣରୁ ଏଥରର ପୂର୍ଣ୍ଣଚନ୍ଦ୍ରଙ୍କୁ ରକ୍ତଚନ୍ଦ୍ର ଆଖ୍ୟା ଦିଆଯାଇଛି ।

ଭାରତୀୟ ସମୟ ଅନୁସାରେ ୨୧ ତାରିଖ ସକାଳ ୧୦.୧୧ମିନିଟରୁ ଗ୍ରହଣ ଆରମ୍ଭ ହୋଇ ୧ଘଣ୍ଟା ଧରି ଗ୍ରହଣ ରହିବାପରେ ପୂର୍ଣ୍ଣଗ୍ରାସ ହେବ । ଦିନ ୧୧.୧୨ ମିନିଟରେ ଗ୍ରହଣ ଛାଡିବ । ବୈଜ୍ଞାନିକଙ୍କ ଅନୁସାରେ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ଅବସ୍ଥାନ କରନ୍ତି ସେତେବେଳେ ପୂଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ଓ ଚନ୍ଦ୍ର ଗ୍ରହଣ ହୁଏ । ତେବେ ଗ୍ରହଣ ନିୟମ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଏ । ତେଣୁ ୨୦ ତାରିଖ ରାତି ୯ଟାରୁ ଗ୍ରହଣ ନିୟମ ଲାଗୁ ହୋଇଯିବ ।

ତେବେ ଚଳିତ ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଆଫ୍ରିକା, ଇୟୁରୋପୀୟ ଦେଶ, ଉତ୍ତର ଦକ୍ଷିଣ ଆମେରିକା ଏବଂ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ବିପରେ ଦୃଶ୍ୟମାନ ହେବ । ଚଳିତ ବର୍ଷ ଆରମ୍ଭରେ ପଡିଥିବା ସୂର୍ଯ୍ୟଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟ ହୋଇନଥିଲା ।

   Related Posts