Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଏହି ରାଶି ବ୍ୟକ୍ତି ରୁହନ୍ତୁ ସତର୍କ, ଜାଣନ୍ତୁ ଗ୍ରହଣ ସମୟ

6/11/2021 at 4:24 PM

ଭୁବନେଶ୍ୱର ୦୬/୧୧ : କିଛି ଦିନ ପରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବ। ଗ୍ରହଣର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ମହତ୍ତ୍ୱ ମଧ୍ୟ ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣକୁ ଅଶୁଭ ବୋଲି କୁହାଯାଏ। ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଗ୍ରହଣ ସମୟରେ ଘରେ ଓ ମନ୍ଦିରରେ ପୂଜା ପାଠ ଆଦି କରାଯାଏ ନାହିଁ। ଗ୍ରହଣ ସମୟରେ ମନ୍ଦିର ଦ୍ୱାର ମଧ୍ୟ ବନ୍ଦ ରହେ।

ହିନ୍ଦୁ ପାଞ୍ଜି ଅନୁସାରେ ନଭେମ୍ବର ୧୯ ତାରିଖରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡିବ। ଏହି ଗ୍ରହଣ ସକାଳ ୧୧ଟା ୩୦ ମିନିଟରେ ଲାଗିବ ଓ ସନ୍ଧ୍ୟା ୫ଟା ୩୩ ମିନିଟ ଯାଏଁ ରହିବ। ଏହି ଚନ୍ଦ୍ର ଗ୍ରହଣ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବନାହିଁ। ଭାରତର ପୂର୍ବତ୍ତର ରାଜ୍ୟ ଆସାମ ଓ ଅରୁଣାଚଳ ପ୍ରଦେଶରେ କିଛି ସମୟ ପାଇଁ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଥିବା ଚନ୍ଦ୍ର ଗ୍ରହଣ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହା ବୃଷ ରାଶିରେ ଲାଗିବ। ବୃଷ ରାଶି ବ୍ୟକ୍ତିଙ୍କୁ ବିଶେଷ ସତର୍କ ରହିବା ଆବଶ୍ୟକ। ଏହା ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣରେ ସୁତକ ଲାଗିବ ନାହିଁ। ପୌରାଣିକ କଥା ଅନୁଯାୟୀ କେବଳ ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣରେ ସୁତକ ନିୟମ ପାଳନ କରାଯାଇଥାଏ।

   Related Posts