ଲୁଲୁ ମହାପାତ୍ରଙ୍କ ପଞ୍ଚମ ପୂଣ୍ୟ ତିଥି, କୂଆଖାଇ ନଦୀରେ ଦିଆଯିବ ତିଳ ତର୍ପଣ

Published By : Prameya-News7 Bureau | November 06, 2021 IST

ଭୁବନେଶ୍ୱର,୦୬/୧୧: ଶନିବାର ଦିବଙ୍ଗତ କଂଗ୍ରେସ ନେତା ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପଞ୍ଚମ ପୂଣ୍ୟତିଥି ପାଳିତ ହେବ । ଜନ୍ମସ୍ଥାନ ବ୍ରହ୍ମଗିରି ସମେତ କର୍ମକ୍ଷେତ୍ର ଭୁବନେଶ୍ୱର-କଟକ ଓ ସାରା ରାଜ୍ୟରେ ଏହି ତିଥି ପାଳିତ ହେବ । ଲୁଲୁଙ୍କ ଅନ୍ତରଙ୍ଗ ବନ୍ଧୁ ସମାଜସେବୀ ଅମୀୟ ଦାସଙ୍କ ନେତୃତ୍ୱରେ ଲୁଲୁ ପ୍ରେମୀ ଯୁବ ସମାଜ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ସକାଳେ ଭୁବନେଶ୍ୱର କୂଆଖାଇ ନଦୀରେ ତିଳ ତର୍ପଣ କରି ଅମର ନେତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯିବ । ପରେ ରାଜଧାନୀର କିଛି ବାଳାଶ୍ରମ, ବସ୍ତି ଆଦିରେ ଛୋଟ ଛୋଟ ପିଲା, ଗରିବ ଅସହାୟଙ୍କୁ ଖାଦ୍ୟ, ପୋଷାକ, କମ୍ବଳ ଆଦି ବଣ୍ଟନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ସହିଦନଗର ସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଶ୍ରଦ୍ଧାଞ୍ଜଳି ସଭା ସହ ମହମବତୀ ଶୋଭାଯାତ୍ରା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.