Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପ୍ରାଇଭେଟ୍ ପାର୍ଟରେ ମହିଳା କରାଇଥିଲେ ଟାଟୁ, ତାପରେ କଣ ହେଲା ଜାଣନ୍ତୁ…

15/06/2019 at 1:47 PM

କଲମ୍ବିଆ ୧୫|୬: ସେଣ୍ଟ୍ରାଲ କଲମ୍ବିଆରେ ରହୁଥିବା ଲୁସିଆ ଫର୍ଣ୍ଣାଣ୍ଡୋ ନିଜର ସ୍ତନରେ ଗୋଟିଏ ଟାଟୁ କରାଇଥିଲେ । ପ୍ରଥମେ ପ୍ରଥମେ ତାଙ୍କୁ କୌଣସି ସମସ୍ୟା ହେଉନଥିଲା । ମାତ୍ର ଧିରେ ଧିରେ ଟାଟୁ ପାଇଁ ତାଙ୍କୁ ସମସ୍ୟା ହେବାକୁ ଲାଗିଲା । କିଛି ଦିନ ପରେ ଲୁସିଆ ଅସୁସ୍ଥ ହୋଇପଡିଲେ ଫଳରେ ସେ ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର ପରୀକ୍ଷା କରି ଜାଣିପାରିଲେ ଯେ, ତାଙ୍କ ସ୍ତନରେ ସଂକ୍ରମଣ ହୋଇଯାଇଛି । ଟାଟୁ ଯୋଗୁଁ ତାଙ୍କ ସ୍ତନରେ ସଂକ୍ରମଣ ହୋଇଥିବା ଡାକ୍ତର କହିଲେ ।

ସେହି ସମୟରେ ଲୁସିଆ ଗର୍ଭବତୀ ଥିଲେ । ସେଥିପାଇଁ ତାଙ୍କ ଶରୀର ପ୍ରତି ଅଧିକ ବିପଦ ଥିଲା । ଡାକ୍ତର ତାଙ୍କ ସମସ୍ୟା ଦୂର କରିବା ପାଇଁ ତାଙ୍କର ଅପରେସନ କରାଇଲେ । ମାତ୍ର ସମସ୍ୟା କମ୍ ହେବା ପରିବର୍ତ୍ତେ ବଢି ବଢି ଗଲା । ଲୁସିଆଙ୍କୁ ଆପେଣ୍ଡିକ୍ସ ହୋଇଗଲା । ଲୁସିଆ ଏହି ରୋଗ ସମ୍ବନ୍ଧରେ ଭାବି ଭାବି ଅବସାଦଗ୍ରସ୍ତ ହୋଇଗଲେ ।

ସଂକ୍ରମଣ, ଅବସାଦ ପାଇଁ ଲୁସିଆଙ୍କର ଚିକିତ୍ସା ଆରମ୍ଭ ହେଲା । ସେହି ସମୟରେ ତାଙ୍କୁ ବହୁ ମାତ୍ରାରେ ଔଷଧ ସେବନ କରିବାକୁ ପଡୁଥିଲା । ଫଳରେ ତାଙ୍କର ଗର୍ଭପାତ ମଧ୍ୟ ହୋଇଗଲା । ଟାଟୁ କାରଣରୁ ସଂକ୍ରମଣ ବ୍ୟାକ୍ଟେରିଆ ଯୋଗୁଁ ତାଙ୍କର ମେରୁଦଣ୍ଡ ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଇଛି । ଲୁସିଆ ସୋସିଆଲ ମିଡିଆରେ ତାଙ୍କ ସହ ହୋଇଥିବା ଏ ଘଟଣା ସଂପର୍କରେ ସେୟାର କରିଥିଲେ । ଏହି ସବୁ କାରଣରୁ ସେ ତାଙ୍କ ନିଜ ଗୋଡରେ ମଧ୍ୟ ନିଜେ ଛିଡା ହୋଇପାରୁନାହାନ୍ତି । ଏବେ ସେ ସଂପୂର୍ଣ୍ଣ ଭାବେ ହ୍ବିଲ ଚେୟାର ଉପରେ ନିର୍ଭରଶୀଳ ।

   Related Posts