ଲୁଗା ବ୍ୟବସାୟୀଙ୍କ ଘରେ ଲୁଟ୍, ୧୨ ଲକ୍ଷ ଟଙ୍କାର ଗହଣା ନେଇଗଲେ ଲୁଟେରା

Published By : Prameya-News7 Bureau | September 09, 2021 IST

ସୁନ୍ଦରଗଡ, ୦୯।୦୯ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ବିଶିଷ୍ଟ ଲୁଗା ବ୍ୟବସାୟୀ କମଲ ଅଗ୍ରୱାଲଙ୍କ ଘରେ ଡକାୟତି । ବିଳମ୍ବିତା ରାତିରେ ଘରେ ପଶି ଟଙ୍କା ଓ ସୁନାଗହଣା ଲୁଟି ନେଲେ ୭ ଦୁର୍ବୃତ୍ତ ।

ସୂଚନାନୁସାରେ,   ରାଜଗାଙ୍ଗପୁର ସହରର  ମୁଖ୍ୟ ମାର୍ଗରେ କମଳ ଅଗ୍ରୱାଲଙ୍କ ଶ୍ରୀ ବସ୍ତ୍ରମ ନାମକ ଏକ ଲୁଗା  ଦୋକାନ ରହିଛି । ଲୁଗା ଦୋକାନକୁ ଲାଗି ତାଙ୍କ ଘର ମଧ୍ୟ ରହିଛି । ତେବେ ଲୁଟେରାମାନେ ଘରେ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଲୁଟେରାମାନେ କମଲଙ୍କ ଘରୁ ୫ଲକ୍ଷ ଟଙ୍କା ଓ ୧୨ଲକ୍ଷର ସୁନା ଅଳଙ୍କାର ଲୁଟ କରିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ  ଘଟଣାର ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.