Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାଜଧାନୀରେ ଲୁଗା ଦୋକାନକୁ ୨ ଲକ୍ଷ ଟଙ୍କା ଫାଇନ୍ : କୋଭିଡ୍ କଟକଣା ନମାନି ଚାଲିଥିଲା ବେପାର, ଦୋକାନୀ ଓ ଗ୍ରାହକ ଅଟକ

11/06/2021 at 11:16 AM

ଭୁବନେଶ୍ୱର, ୧୧/୦୬:   ରାଜ୍ୟରେ ଲାଗୁ ରହିଛି ଲକଡାଉନ୍ । କରୋନା ସଂକ୍ରମଣ ରୋକିବା ତଥା ସଂକ୍ରମଣର ଚେନ୍ ଭାଙ୍ଗିବାକୁ କଟକଣାକୁ କଡାକଡି କରାଯାଇଚି । ସମସ୍ତ ଦୋକାନ ବଜାର ବନ୍ଦ ରହୁଛି । କେବଳ ସକାଳ ୧୧ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳୁଛି । କରୋନା ବିପଦ ଥମି ନଥିବା ବେଳେ ଅନେକ ଅମାନିଆ କଟକଣା ମାନୁ ନାହାଁନ୍ତି । ପୋଲିସ ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଚିଛପି ବେପାର କରୁଛନ୍ତି । ଏପରି ଜଣେ ଅମାନିଆ ଦୋକାନକୁ ସିଲ୍ କରିଛି କମିଶନରେଟ୍ ପୋଲିସ ।

ରାଜଧାନୀର ଝାରପଡା ଛକରେ ଥିବା ସଗୁନ ଲୁଗା ଦୋକାନରେ ପୋଲିସ ଚଢଉ କରିଥିଲା। ଏହି ଦୋକାନ ନିୟମ ନମାନି ବିକ୍ରି କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଏପରିକି କୋଭିଡ୍ ଗାଇଡଲାଇନକୁ ମଧ୍ୟ ଖାତିର କରିନଥିଲେ ଦୋକାନୀ ।

ତେବେ  କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଦୋକାନ ମାଲିକଙ୍କ ସହ ଗ୍ରାହକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

   Related Posts