Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଗନ୍ନାଥଙ୍କୁ ଅପମାନ ! ପଞ୍ଜାବ ଲୁଧିଆନା ଇସ୍କନରେ ନଭେମ୍ବର ୧୭ରେ ରଥଯାତ୍ରା, ଅଦିନରେ ରଥଯାତ୍ରା ଆୟୋଜନ ନେଇ ଅଜବ ସଫେଇ, ପଢନ୍ତୁ ପୂରା ଘଟଣା…

8/09/2019 at 1:56 PM

ଭୁବନେଶ୍ବର ୮।୯: ଜଗନ୍ନାଥଙ୍କୁ ଅପମାନ! ଅଦିନରେ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତିକୁ ନିଜ ହିସାବରେ ମୋଡିମକଚି ଦେବାକୁ ପ୍ରୟାସ କରୁଛି ଇସ୍କନ । ଆସନ୍ତା ନଭେମ୍ବର ୧୭ତାରିଖରେ ବିନା ତିଥିରେ ରଥଯାତ୍ରା ଆୟୋଜନ କରୁଛି ଲୁଧିଆନା ଇସ୍କନ । ଏହା ସବୁ ଆଡୁ ବିରୋଧରେ ସ୍ବର ମଧ୍ୟ ଉଠିଛି । କେବଳ ଏତିକିରେ ଅଟକି ଯାଇନାହାନ୍ତି ଲୁଧିଆନା ଇସ୍କନ କର୍ତ୍ତୃପକ୍ଷ ।

ସବୁ ସୀମା ଟପି ଯାଇ ଅଦିନିଆ ରଥଯାତ୍ରାର ଯଥାର୍ଥତା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଲୁଧିଆନା ଇସ୍କନର ରଥଯାତ୍ରା ଆୟୋଜକ କମିଟିର ସଦସ୍ୟ । କେବଳ ସେତିକି ନୁହେଁ ପୁରୀ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ମଧ୍ୟ ଅଙ୍ଗୁଳି ଉଠାଇବାର ଔଦ୍ଧତ୍ୟ ଦେଖାଇଛନ୍ତି । ଜଗନ୍ନାଥ ସଂସ୍କୃତି ଉପରେ ପ୍ରଶ୍ନ କରିଛନ୍ତି ।

ଲୁଧିଆନା ଇସ୍କନ କର୍ତ୍ତୃପକ୍ଷଙ୍କ ଜବାବ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଗତ କିଛି ବର୍ଷ ହେଲା ଇସ୍କନ ନିଜ ସୁବିଧାରେ ତିଥି ବିହୀନ ରଥଯାତ୍ରା ଆୟୋଜନ କରୁଛି | ଏହା କେଉଁ ଆଧାରରେ ହେଉଛି, ତାହାର ଉତ୍ତର କାହାରି ପାଖରେ ନାହିଁ | ମହାପ୍ରଭୁଙ୍କ ରଥଯାତ୍ରା ନିଜ ମନମର୍ଜିରେ କରାଯାଉଛି|

ମହାପ୍ରଭୁଙ୍କ ରଥଯାତ୍ରା ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ହୁଏ, ଯାହା ପ୍ରାୟ ଜୁନ ମାସରେ ପଡିଥାଏ । କିନ୍ତୁ ଲୁଧିଆନା ଇସ୍କନ ରଥୟାତ୍ରା ଆୟୋଜନ କରୁଛି ନଭେମ୍ବରରେ । ଏହା ବିରୋଧରେ ଜଗନ୍ନାଥ ସଂସ୍କତି ପରିଷଦ ଲିଗାଲ ନୋଟିସ ମଧ୍ୟ ପଠାଇଛି, ହେଲେ ଏହାର ଉତ୍ତର ଦେବା ବଦଳରେ ଅଦିନିଆ ରଥଯାତ୍ରା ନେଇ ବିତଣ୍ଡା ଯୁକ୍ତି ରଖିଛି ଲୁଧିଆନା ଇସ୍କନ ।

ଆମ ପ୍ରତିନିଧି ଯେତେବେଳେ ଲୁଧିଆନା ଇସ୍କନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଯେଉଁ ଉତ୍ତର ରଖିଥିଲେ ତାହା ଅତ୍ୟନ୍ତ ବିଡମ୍ବନାର ବିଷୟ । ଲୁଧିଆନା ଇସ୍କନ କର୍ତ୍ତୃପକ୍ଷ କହିଛନ୍ତି, ଇସ୍କନ ହିଁ ବିଶ୍ବରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଛି । ଇସ୍କନ ହିଁ ଜଗନ୍ନାଥଙ୍କୁ ବିଶ୍ବରେ ପରିଚୟ ଦେଇଛି । ପୁଣି ପୁରୀରେ ଧର୍ମ ନାଁରେ ଧନ୍ଦା ଚାଲିଛି ବୋଲି ସଂଗୀନ ଅଭିଯୋଗ ଉଠାଇଛନ୍ତି । ପଞ୍ଜାବରେ ବସି ଜଗନ୍ନାଥ, ଶ୍ରୀକ୍ଷେତ୍ର, ଏପରରିକି ସମଗ୍ର ଓଡିଶାର ଜଗନ୍ନାଥପ୍ରେମୀଙ୍କୁ ଆଘାତ କରିବା ଭଳି ମନ୍ତବ୍ୟ ଦୋବାକୁ ପଛାଇ ନାହାନ୍ତି ।

   Related Posts