ଡରାଇଲାଣି କରୋନା: ଏହି ସହରରେ କରୋନା ମୃତ୍ୟୁହାର ଦେଶରେ ସର୍ବାଧିକ

Published By : Prameya-News7 Bureau | April 29, 2021 IST

ଲୁଧିଆନା ୨୯/୦୪ : ଦେଶରେ କରୋନା ଘାତକ ରୂପ ନେଲାଣି। ଦେଶରେ କରୋନା ମୃତ୍ୟୁହାର ୧.୩ ପ୍ରତିଶତ ରହିଛି। ଅର୍ଥାତ ଦେଶରେ ୧୦୦ ଜଣ ସଂକ୍ରମିତଙ୍କ ମଧ୍ୟରେ ଜଣକର ମୃତ୍ୟୁ ହେଉଛି। କିଛି ରାଜ୍ୟରେ ମୃତ୍ୟୁହାର ୨.୫ ପ୍ରତିଶତରେ ପହଞ୍ଚିଛି। ପଞ୍ଜାବ, ଗୁଜରାଟ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପ୍ରତି ୧୦୦ ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣଙ୍କ ମୃତ୍ୟୁ ହେଉଛି। ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ ଉତ୍ତର ପ୍ରଦେଶରେ ମୃତ୍ୟୁହାର ୧ ପ୍ରତିଶତରୁ ଅଧିକ ରହିଛି।

ପଞ୍ଜାବ ଲୁଧିଆନାରେ ସ୍ଥିତି ଅତ୍ୟନ୍ତ ଭୟାବହ ରହିଛି। ଲୁଧିଆନାରେ ଏବେ ସୁଦ୍ଧା ୫୧ ହଜାର ୪୯୨ ଜଣ ସଂକ୍ରମିତ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ୧୩୨୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସହରରେ ମୃତ୍ୟୁହାର ୨.୫ ପ୍ରତିଶତରେ ପହଞ୍ଚିଛି। ସହରର ସ୍ଥିତି ଦିନକୁ ଦିନକୁ ଆହୁରି ଘାତକ ହେଉଛି। ୨୦ ରୁ ୨୭ ତାରିଖ ମଧ୍ୟରେ ସହରରେ ସଂକ୍ରମିତଙ୍କ ସଂଖ୍ୟା ୧.୮ ପ୍ରତିଶତ ଥିଲା। ପଞ୍ଜାବର ଅଧିକାଂଶ ସହରର ସ୍ଥିତି ଏହିଭଳି। ଜଳନ୍ଧରରେ ୧୦୬୦, ଅମୃତସରରେ ୯୧୩, ହୋଶିୟାରପୁରରେ ୭୧୧, ପଟିଆଲାରେ ୭୪୪ ଓ ଭଟିଣ୍ଡାରେ ୩୨୫ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି।

{"id":446005,"width":713,"height":357,"sizeSlug":"large","linkDestination":"none"}

ଗୁଜରାଟରେ ମଧ୍ୟ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ଅହମଦାବାଦରେ ମୃତ୍ୟୁ ସଂଖ୍ୟା ଡରାଇଲାଣି। ଅହମଦାବାଦରେ ମୃତ୍ୟୁହାର ୨.୪ ପ୍ରତିଶତ ରହିଛି। ସହରରେ ୨୫୦୦ ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହେଲାଣି। ଗୁଜରାଟରେ ଏବେ ସୁଦ୍ଧା ୬ ହଜାର ୬୫୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ଭୟଭୀତ କରୁଛି। ମୁମ୍ବାଇରେ ପ୍ରତ୍ୟେକ ୧୦୦ ସଂକ୍ରମିତଙ୍କ ମଧ୍ୟରୁ ୨ରୁ ଅଧିକଙ୍କ ମୃତ୍ୟୁ ହେଉଛି। ମୁମ୍ବାଇରେ ଏବେ ସୁଦ୍ଧା ୬ ଲକ୍ଷ ୩୫ ହଜାର ୪୮୩ ଜଣ ସଂକ୍ରମିତ ହୋଇଛନ୍ତି ଓ ୧୨ ହଜାର ୯୨୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ମାମଲାରେ ଦିଲ୍ଲୀ ପରେ ମୁମ୍ବାଇ ରହିଛି। ଠିକ୍ ସେହିପରି ମଧ୍ୟପ୍ରଦେଶରେ ସଂକ୍ରମଣ ମାମଲାକୁ ବ୍ରେକ ଲାଗୁନି। ରାଜ୍ୟରେ ମୃତ୍ୟୁହାର ୧ ପ୍ରତିଶତରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.