ଲୁଧିଆନା ACP କରୋନା ପଜିଟିଭ୍ : ହୋମ୍ କ୍ବାରେଣ୍ଟାଇନ୍‌ରେ ଏସଏଚଓ, ଟେଷ୍ଟ ପାଇଁ ପଠାଗଲା ୧୩ଜଣଙ୍କ ସାମ୍ପଲ୍

Published By : Prameya-News7 Bureau | April 13, 2020 IST

ଲୁଧିଆନା ୧୩।୪: ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । ଦେଶରେ ମଧ୍ୟ କରୋନା ମହାମାରୀ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ସାରା ବିଶ୍ବରେ ୧,୮୭୦,୦୭୬ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧,୧୬,୦୫୨ ଜଣଙ୍କର ମୃତ୍ୟୁ ହୋଇଛି । ୪୪୧,୩୨୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୯,୩୫୧ ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୪ ଜଣଙ୍କର ମୃତ୍ୟୁ ହୋଇଛି । ୯୮୦ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

{"id":253757,"sizeSlug":"large"}

ସୋମବାର ଦିନ କୋରାନା ଭାଇରସ୍ ଦ୍ବାରା ପଞ୍ଜାବ ଲୁଧିଆନା ଉତ୍ତର ଏସିପି କରୋନା ପଜିଟିଭ୍ ଥିବା ଜଣାପଡିଛି । ତାଙ୍କୁ ଏକ ସପ୍ତାହ ଧରି ଏସପିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିଭିଲ୍ ସର୍ଜନ ଡାକ୍ତର ରାଜେଶ ବାଗଗା ଏହା ସ୍ପଷ୍ଟ କରିଛନ୍ତି । ଏକ ସପ୍ତାହ ଧରି ଏସପିଏସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୪ଦିନ ପୂର୍ବରୁ ତାଙ୍କର ପ୍ରଥମ କରୋନା ପରୀକ୍ଷା ହୋଇଥିଲା ଯାହା ନେଗେଟିଭ ଆସିଥିଲା ।

{"id":253756,"sizeSlug":"large"}

ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନସୁଧୁରିବାରୁ ସାମ୍ପଲ ଦ୍ବିତୀୟଥର ପାଇଁ ଯାଞ୍ଚ ଲାଗି ପଟିଆଲାର ରାଜିନ୍ଦ୍ରରା ଡାକ୍ତରଖାନାକୁ ପଠାଯାଇଥିଲା । ଯାହାର ରିପୋର୍ଟ ରବିବାର ପଜିଟିଭ ଆସିଛି । ବର୍ତ୍ତମାନ ଏସିପିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସହ କାମ କରୁଥିବା କେତେକ ଏସଏଚଓଙ୍କୁ ହୋମ୍ କ୍ବାରେଣ୍ଟାଇନ୍ କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ୧୩ ଜଣଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.