ଭାଗ୍ୟବାନ କୁକୁର ଛୁଆ: ପପି ଆଣିବାକୁ ମୁମ୍ବାଇ ଶିଳ୍ପପତି ପ୍ରାଇଭେଟ୍ ପ୍ଲେନ୍ ଭଡା କରି ଗଲେ ବେଙ୍ଗାଲୁରୁ

Published By : Prameya-News7 Bureau | June 13, 2020 IST

ବେଙ୍ଗାଲୁରୁ, ୧୩|୦୬:   କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ୍ ଲାଗୁ କରାଯାଇଥିଲା । ଏବେ ଲକଡାଉନ୍ କଟକଣାକୁ ଅନେକ ମାତ୍ରାରେ କୋହଳ କରାଯାଇଛି । ଏପରିକି ଅନଲକ୍-1 ଆରମ୍ଭ ହୋଇଛି । ତେବେ ଏହି ସମୟରେ ଜଣେ ଶିଳ୍ପପତି ଓ ତାଙ୍କ ପରିବାର ଲୋକେ ଏକ କୁକୁରକୁ ଆଣିବା ପାଇଁ ବେଙ୍ଗାଲୁରୁ  ଯାଇଛନ୍ତି ।

ସୂଚନାନୁସାରେ, ଅଟୋମୋବାଇଲ୍ ଶିଳ୍ପର ଜଣେ ଶିଳ୍ପପତି ଓ ତାଙ୍କ ପରିବାର ଲୋକେ ଗତ 4 ତାରିଖରେ ଏକ ଘରୋଇ ଚାର୍ଟାର୍ଡ୍ ଫ୍ଲାଇଟ୍ ବୁକ୍ କରିଥିଲେ । ଏଥିରେ ସେମାନେ ମୁମ୍ବାଇରୁ ବେଙ୍ଗାଲୁରୁ  ଯାଇଥିଲେ । କେବଳ ଏକ ଗୋଲ୍ଡେନ୍ ରେଟ୍ରିଭର୍ କୁକୁର ଛୁଆକୁ ଆଣିବା ପାଇଁ ସେମାନେ ବାଙ୍ଗାଲୋରର ହେନୁରକୁ ଫ୍ଲାଇଟ୍ ଯୋଗେ ଗସ୍ତ କରିଥିଲେ । ସେମାନେ କୁକୁର ଛୁଆଟିକୁ ଧରି ପୁଣି ମୁମ୍ବାଇ ଫେରିଆସିଥିଲେ ।

ଲକଡାଉନ୍ ସମୟରେ ଶିଳ୍ପପତି ଜଣଙ୍କର କୁକୁର ପ୍ରତି ସଉକ୍ ବୃଦ୍ଧି ପାଇଥିଲା । ସେ ଯେଉଁ ପ୍ରଜାତିର କୁକୁର ଚାହୁଁଥିଲେ ତାହା ବେଙ୍ଗାଲୁରୁରେ ଥିବା ଜାଣିପାରିଥିଲେ । ତେବେ ଲକଡାଉନ୍ ପାଇଁ କୁକୁରଟିକୁ ବେଙ୍ଗାଲୁରୁରୁ ମୁମ୍ବାଇ ପଠାଯାଇ ପାରିନଥିଲା । କୁକୁର ପାଳିବାର ନିଶା ଶିଳ୍ପପତିଙ୍କୁ ଏତେ ଘାରିଥିଲା ଯେ ସେ ଓ ତାଙ୍କ ପରିବାର ଲୋକେ ଏକ ଘରୋଇ ଚାର୍ଟାର୍ଡ ଫ୍ଲାଇଟ୍ ବୁକ୍ କରି ମମ୍ବାଇରୁ କର୍ଣ୍ଣାଟକ ଯାତ୍ରା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.