Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଏହି ୮ରାଶିର ଲୋକଙ୍କ ପାଇଁ ଆଜିଠୁ ରହିବ ଶୁଭ ଦିନ, ଜାଣନ୍ତୁ

22/12/2019 at 11:28 AM

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଜିଠୁ କିଛି ରାଶିର ଲୋକଙ୍କ ଦିନ ବେଶ ଉତ୍ତମ ରହିବ। ଏହି ରାଶିର ଲୋକଙ୍କର ସବୁ ସମସ୍ୟାର ସମାଧାନ ହେବ। ଭାଗ୍ୟରେ ଅନେକ ଜିନିଷର ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ହାସଲ କରିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟରେ ଫାଇଦା ହେବ। ବୈବାହିକ ଜୀବନରେ ଅନେକ ଭଲ ପରିବର୍ତ୍ତନ ହେବ।

ମେଷ – ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ରାଶିର ଲୋକଙ୍କ ଭାଗ୍ୟରେ ଆଜି ସକାରତ୍ମକ ପ୍ରଭାବ ପଡିବ। ଏଥିପାଇଁ ଏହି ରାଶିର ଲୋକଙ୍କ ଭାଗ୍ୟରେ ଅନେକ ଜିନିଷର ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ହାସଲ କରିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। ନୂଆ ଯୋଜନାର ଆରମ୍ଭ ହୋଇପାରେ। ବ୍ୟବସାୟରେ ଫାଇଦା ହେବ। କର୍ମକ୍ଷେତ୍ରରେ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବେ।

ବୃଷ- ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃଷ ରାଶିର ଲୋକଙ୍କୁ ଅନେକ ଫାଇଦା ହେବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ। ବୈବାହିକ ଜୀବନରେ ଅନେକ ଭଲ ପରିବର୍ତ୍ତନ ହେବ। ପରିବାର ଲୋକେ ଖୁସିରେ ରହିବେ। ଜୀବନ ସୁଖମୟ ହେବ। ଚାକିରୀରେ ସଫଳତା ମିଳିବ।ବିଷ୍ଣୁଙ୍କୁ ପୂଜା କଲେ ତାଙ୍କ କୃପା ସର୍ବଦା ଜୀବନରେ ରହିବ।

ମିଥୁନ- ସାମାଜିକ ସ୍ତରରେ ବନ୍ଧୁ ଓ ଗୁରୁଜନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇବେ। ପାରିବାରିକ ସମସ୍ୟାର ସରଳ ସମାଧାନ ହେବ। ଶତ୍ରୁଙ୍କ ସହ ବନ୍ଧୁତା ହୋଇପାରେ। ସମସ୍ତ ପରିବାର ଲୋକେ ଖୁସିରେ ରହିବା ସହ ଜୀବନ ସୁଖମୟ ହେବ। ଏହି ରାଶିର ଲୋକେ ପ୍ରେମ ବିବାହରେ ସଫଳ ହେବେ। ଏଥିରେ ଘର ଲୋକ ଓ ସାଙ୍ଗ ସାଥୀଙ୍କର ଭରପୁର ସହଯୋଗ ମିଳିବ।

କର୍କଟ- ଆଜି କର୍କଟ ରାଶିର ଲୋକଙ୍କ ପାଇଁ ଖୁବ ଶୁଭ ଦିନ । ଅଫିସ୍‌ରୁ କୌଣସି ଖବର ପାଇ ଅତ୍ୟନ୍ତ ଖୁସି ହେବେ। ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳିବ। ଏମାନଙ୍କ କଠିନ ପରିଶ୍ରମର ଫଳ ସାମ୍ନାକୁ ଆସିବ। ଘରେ ସୁଖ, ଶାନ୍ତି, ସମୃଦ୍ଧିର ପରିବେଶ ରହିବ। ଜୀବନରେ ସବୁ ଅସଫଳ କାର୍ଯ୍ୟ ସଫଳ ହେବ।

ସି˚ହ- ସିଂହ ରାଶିର ଲୋକଙ୍କ ଭାଗ୍ୟରେ ଲକ୍ଷ୍ମୀଙ୍କର ଆଗମନ ହେବ । ଏହା ସିଂହ ରାଶିର ଲୋକଙ୍କ ପାଇଁ କୌଣସି ବରଦାନଠୁ କମ ହେବ ନାହିଁ। ଜୀବନରେ ସବୁ ଅସଫଳ କାର୍ଯ୍ୟ ସଫଳ ହେବ। କାର୍ଯ୍ୟସ୍ଥାନରେ ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଫାଇଦା ହେବା ସହ ଘରେ ସୁଖ, ଶାନ୍ତିର ପରିବେଶ ରହିବ।  

ବିଛା- ବିଚ୍ଛା ରାଶିର ଲୋକଙ୍କ ଜୀବନରେ ଅନେକ ଖୁସି ଆସିବ। ଏମାନଙ୍କର ଧନ ଦୌଲତରେ ବୃଦ୍ଧି ହେବ। ଜୀବନରେ ସଫଳତା ମିଳିବା ସହ ଭଲ ସମୟ ଆରମ୍ଭ ହେବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ସବୁଠୁ ଭଲ ସମୟ। ଶନି ଦେବଙ୍କ ଦର୍ଶନ କଲେ ଦିନ ଶୁଭ ରହିବ।

ଧନୁ- ଧନୁ ରାଶିର ଲୋକଙ୍କ ଜୀବନରେ ସମୃଦ୍ଧି ନେଇ ଆସିବ। ଏହାର ପ୍ରଭାବ କାର୍ଯ୍ୟ, ବ୍ୟବସାୟରେ ଉନ୍ନତି ହେବା ସହ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଛାତ୍ର ଛାତ୍ରୀଙ୍କ ପାଇଁ ଏହି ପରିବର୍ତ୍ତନ ଲାଭଦାୟକ ହେବ।

ମକର- ଏହି ରାଶିର ଲୋକଙ୍କ ପାଇଁ ଆଜି ବହୁତ ଭଲ ଦିନ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ମିଳିବ ଏବଂ କାମ ହାସଲ କରିବାର ସୁଯୋଗ ମଧ୍ୟ ପାଇପାରନ୍ତି। ପାରିବାରିକ ପରିସ୍ଥିତି ଖୁବ ଭଲ ରହିବ ଓ ସମସ୍ୟା ସମାଧାନ ହେବ। ଏହି ରାଶିର ଲୋକଙ୍କୁ ବିଷେଶ ଲାଭ ମିଳିବ। ପ୍ରେମ ଜୀବନରେ ସଫଳତା ପ୍ରାପ୍ତ ହେବ।

 

   Related Posts