Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସଂକ୍ରମଣକୁ ଚେକ୍ ଦେବାକୁ ୟୁପି ସରକାରଙ୍କ ପ୍ରସ୍ତୁତି : ଜୁନ୍ ୪ରୁ ଆରମ୍ଭ ହେବ ସେରୋ ସର୍ଭେ

1/06/2021 at 2:51 PM

ଲକ୍ଷ୍ନୌ ୧/୦୬ : ୟୁପିରେ କରୋନା ସଂକ୍ରମଣକୁ ଚେକ୍ ଦେବାକୁ ଆରମ୍ଭ ହୋଇଛି ମାଷ୍ଟର ପ୍ଲାନ । ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ଜୁନ୍ ୪ରୁ ଆରମ୍ଭ ହେବ ସେରୋ ସର୍ଭେ । ସମସ୍ତ ୭୫ଟି ଜିଲ୍ଲାରେ ହେବାକୁ ଥିବା ଏହି ସର୍ଭେ ମାଧ୍ୟମରେ ଏହା ଜଣାପଡିବ ଯେ କେଉଁ ଜିଲ୍ଲାର କେଉଁ ଅଞ୍ଚଳରେ କରୋନା ସଂକ୍ରମଣ କେତେ ବ୍ୟାପିଛି । ଜନସଂଖ୍ୟାର କେଉଁ ଅଂଶ କେତେ ସଂକ୍ରମିତ ହୋଇଛି ।

କେବଳ ଏତିକି ନୁହେଁ, ଏହା ମଧ୍ୟ ଜଣାପଡିବ ଯେ କରୋନା ସହିତ ଲଢେଇ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ଗଠନ ହୋଇଛି କି ନାହିଁ । ରାଜ୍ୟସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେରୋ ସର୍ଭେ ପାଇଁ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଅମିତ ମୋହନ ପ୍ରସାଦ କହିଛନ୍ତି ଯେ ଜୁନ୍ ୪ ରୁ ହେବାକୁ ଥିବା ସର୍ଭେ ପାଇଁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।

ସବୁ ବର୍ଗର ଲୋକଙ୍କଠାରୁ ନମୁନା ସଂଗ୍ରହ କରାଯିବ । ଲିଙ୍ଗ ଏବଂ ବୟସ ସମେତ ବିଭିନ୍ନ ପାରାମିଟର ଉପରେ ସର୍ଭେ କରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯିବ । ଜିଲ୍ଲାଓ୍ୱାରୀ ସର୍ବେକ୍ଷଣ ପାଇଁ କର୍ମଚାରୀମାନଙ୍କୁ ଏନେଇ ତାଲିମ ଦିଆଯାଉଛି । ଜୁନ୍ ଶେଷ ସୁଦ୍ଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

   Related Posts