ପୁଅ ଗିରଫ ପରେ ବାପାଙ୍କୁ ଟାର୍ଗେଟ: ମନ୍ତ୍ରୀ ପଦରୁ ବହିଷ୍କାର ଦାବି କଲେ ପ୍ରିୟଙ୍କା ଗାନ୍ଧି, ପ୍ରଧାନମନ୍ତ୍ରୀଙ୍କୁ କଲେ ଟୁଇଟ

Published By : Prameya-News7 Bureau | October 12, 2021 IST

ଉତ୍ତରପ୍ରଦେଶ ୧୨/୧୦: ଆଗକୁ ଉତ୍ତରପ୍ରଦେଶରେ ସାଧାରଣ ନିର୍ବାଚନ ଆସୁଥିବା ବେଳେ ସାରା ଦେଶରେ ଚର୍ଚ୍ଚାରେ ଥିବା ଲଖୀମପୁର ହିଂସାକାଣ୍ଡ ବିରୋଧୀଙ୍କୁ ଭରପୁର ସୂଯୋଗ ଦେଇଛି । ଭାରତୀୟ ଜାତୀୟ କଂଗ୍ରେସ ଏହାର ଭରପୁର ଲାଭ ଉଠାଉଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ହୋଇଥିବା ଲଖୀମପୁର ଖେରି ହିଂସା କାଣ୍ଡକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି ।

wp:html /wp:html

ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କ ବାପା ତଥା କେନ୍ଦ୍ରଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଗିରଫ କରାଯାଉ ବୋଲି ସେ ଅଡ଼ି ବସିଛନ୍ତି । ସେ ଟୁଇଟ୍ ଦ୍ୱାରା ପ୍ରଶ୍ନ କରିଛନ୍ତି ମନ୍ତ୍ରୀଙ୍କ ପୁଅ ଯଦି କୃଷକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ତେବେ ଅଜୟ ମିଶ୍ରଙ୍କର ମନ୍ତ୍ରୀ ପଦରେ ରହିବାର କେଉଁ ଅଧୀକାର ଅଛି ? ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପ୍ରିୟଙ୍କା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛନ୍ତି । ପ୍ରିୟଙ୍କା ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରି କହିଛନ୍ତି ''ଆପଣଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା ମନ୍ତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ବନ୍ଦ କରନ୍ତୁ''।

ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଗୃହ ରାଜ୍ୟ ମନ୍ତ୍ରୀଙ୍କର ଇସ୍ତଫା ଦାବି କରି ଲକ୍ଷ୍ନୌରେ ମୌନ ବ୍ରତ କରିଥିଲେ । ପ୍ରୟଙ୍କାଙ୍କ ସହିତ ଲକ୍ଷ୍ନୌର ବିଭିନ୍ନ ରାଜନୈତୀକ ସଂଗଠନର ନେତା ଓ କାର୍ଯ୍ୟକର୍ତ୍ତାମାନେ ସେଠାରେ ଧାରଣା ଦେଇଥିଲେ । ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲା ଓ ଲକ୍ଷ୍ନୌକୁ ଛାଡ଼ିଦେଲେ ଦେଶର ବିଭିନ୍ନ ପ୍ରାନ୍ତରେ କଂଗ୍ରେସ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରି ରାଜ ଭବନ ସାମ୍ନାରେ ଧାରଣା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.