ଲକ୍ଷ୍ନୌର ପୋଲିସ୍ କମିଶନର କରୋନା ପଜିଟିଭ ଚିହ୍ନଟ : ପତ୍ନୀ,ପୁଅ ମଧ୍ୟ ସଂକ୍ରମିତ

Published By : Prameya-News7 Bureau | October 27, 2020 IST

ଲକ୍ଷ୍ନୌ ୨୭/୧୦: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା୮୦ଲକ୍ଷ ପାଖାପାଖି ପହଞ୍ଚି ଯାଇଛି ଏବଂ ପ୍ରତି ଦିନ ପ୍ରାୟତଃ ୫୦ହଜାର ନୂଆ ମାମଲା ସାମନାକୁ ଆସୁଛି। କରୋନା କବଳରେ ଏବେ ଲକ୍ଷ୍ନୌ ପୋଲିସ୍ କମିଶନର ସୁଜିତ ପାଣ୍ଡେ ଆସିଛନ୍ତି। ସୁଜିତ ପାଣ୍ଡେଙ୍କ କରୋନା ଯାଞ୍ଚ ରିପୋର୍ଟ ସୋମବାର ପଜିଟିଭ ଆସିଛି। ସେ ହୋମ୍ କ୍ବାରେଣ୍ଟାଇନ୍ ହୋଇଛନ୍ତି।

{"id":351271,"sizeSlug":"large"}

 ସୂଚନା ମୁତାବକ,ଲକ୍ଷ୍ନୌର ପୋଲିସ୍ କମିଶନର ସୁଜିତ ପାଣ୍ଡେଙ୍କ ସହ ତାଙ୍କ ପତ୍ନୀ ଏବଂ ପୁଅଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ପୋଲିସ୍ କମିଶନର ଏବଂ ତାଙ୍କ ପରିବାର ହୋମ୍ ଆଇସୋଲେସନରେ ଅଛନ୍ତି। ଏ ସମସ୍ତଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ମିଳିଛି। ପୋଲିସ୍ କମିଶନର ଏବଂ ତାଙ୍କ ପରିବାରର ସଂସ୍ପର୍ଶରେ ଆସିଥିବା ସବୁ ଲୋକେ ନିଜର କରୋନା ଟେଷ୍ଟ୍ କରିବାକୁ ଅପିଲ କରିଛନ୍ତି।

{"id":351272,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.